ପାଟନା : ବିହାର ସୁପୋଲରେ ବଡ଼ ଦୁର୍ଘଟଣା । ଖସିପଡିଲା କୋସୀ ନଦୀ ଉପରର ନିର୍ମାଣଧୀନ ବ୍ରିଜ୍ । ଜଣେ ଶ୍ରମିକ ମୃତ୍ୟୁ ଘଟିଥିବା ବେଳେ ଅନେକ ଶ୍ରମିକ ଏବେ ବି ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଜିଲ୍ଲା ଅଧିକାରୀଙ୍କ ସୂଚନା ମୁତାବକ,ଭେଜା-ବକୌର ମଝିରେ ମରିଚା ନିକଟରେ ନିର୍ମାଣଧୀନ ଏକ ବ୍ରିଜ୍ର ଏକ ଅଂଶ ଖସିଯିବାରୁ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି ।
Views: 90