ପାଟଣାଗଡ : ବହୁ ଚର୍ଚ୍ଚିତ “ପାଟଣାଗଡ ପାର୍ସଲ” ବୋମା ରାୟ । ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡାଦେଶ । ଆଜୀବନ ଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା । ବୁ ପ୍ରମାଣ ଓ ସାକ୍ଷ୍ୟକୁ ଯାଞ୍ଚ କରିବା ପରେ ଅଭିଯୁକ୍ତ ପୁଞ୍ଜିଲାଲକୁ ଦୋଷୀ ସାବ୍ୟସ୍ତ କରିବା ସହ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ । ଦୀର୍ଘ ୭ ବର୍ଷ ପରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପରିବାରକୁ ମିଳିଲା ନ୍ୟାୟ । ୨୦୧୮ ଫେବ୍ରୁଆରି ୨୩ ତାରିଖରେ ରବୀନ୍ଦଙ୍କ ପୁଅ ସୌମ୍ୟ ଶେଖରଙ୍କ ବିବାହରେ ମୃତ୍ୟୁର ତାଣ୍ଡବ ଘଟାଇଥିଲା ପୁଞ୍ଜିଲାଲ । ତେବେ ୨୦୧୮ରୁ ୨୦୨୫ । ଦୀର୍ଘ ସାତ ବର୍ଷ । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ୭ ବର୍ଷ ପରେ ଆସିଛି ରାୟ । ତେବେ କଣ ଥିଲା ପୁରା ଘଟଣାକ୍ରମ ଆସନ୍ତୁ ଜାଣିବା ।
୧୮ ଫେବ୍ରୁଆରୀ ୨୦୧୮ରେ ପାଟଣାଗଡ଼ର ସୌମ୍ୟଶେଖର ସାହୁ ଏବଂ ରିମା ସାହୁଙ୍କ ବିବାହ ହୋଇଥିଲା । ଫେବ୍ରୁଆରୀ ୨୩ରେ ସୌମ୍ୟ-ରିମାଙ୍କ ଘରକୁ ଆସିଥିଲା ପାର୍ସଲ । ବିବାହ ଉପହାର ହୋଇ ପାର୍ସଲ ଆସିଥିଲା ଛତିଶଡ଼ରୁ । ପାର୍ସଲ ଖୋଲିବା ପରେ ହେଲା ବିସ୍ଫୋରଣ । ସୌମ୍ୟ ଶେଖର ଏବଂ ତାଙ୍କ ଜେଜେ ମାଆ ଜେମାମଣିଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଆହତ ହୋଇଥିଲେ ରିମା ।
ତେବେ ବାହାଘର ୫ ଦିନ ଭିତରେ ରିମାଙ୍କ ସିନ୍ଦୂର ଲିଭିଗଲା । ରିମାଙ୍କ ପରିବାରର ଅନୁରୋଧ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର। ଭାର ସମ୍ଭାଳିଥିଲେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା । ୨୦୧୮ ଏପ୍ରିଲ୍ ମାସରେ ମୁଖ୍ୟ ଅଭିଯୁକ୍ତକୁ ଧରିଥିଲା କ୍ରାଇମବ୍ରାଞ୍ଚ । ଭୈସାଁର ଜ୍ୟୋତି ବିକାଶ କଲେଜର ଇଂରାଜୀ ଅଧ୍ୟାପକ ଥିଲେ ପୁଞ୍ଜିଲାଲ । କ୍ରାଇମବ୍ରାଞ୍ଚ ସୂଚନା ମୁତାବକ, ପ୍ରତିଶୋଧ ନେବାକୁ ଯାଇ ଷଡ଼ଯନ୍ତ୍ର କରିଥିଲେ ପୁଞ୍ଜିଲାଲ । ପୁଞ୍ଜିଲାଲ ମେହେରଙ୍କ ସ୍ଥାନରେ ଜ୍ୟୋତି ବିକାଶ କଲେଜର ଅଧ୍ୟକ୍ଷ ହୋଇଥିଲେ ସୌମ୍ୟଙ୍କ ମାଆ ସଂଯୁକ୍ତା ସାହୁ । ଏହାକୁ ନେଇ ରାଗ ରଖିଥିଲେ ପୁଞ୍ଜିଲାଲ ।
ପୋଲିସ ସୂଚନା ମୁତାବକ, ୭ ମାସ ଧରି ଅନଲାଇନରେ ବୋମା ତିଆରି କରିବା ଶିଖିବା ସହ ବିସ୍ଫୋରକ ସାମଗ୍ରୀ ଯୋଗାଡ଼ କରିଥିଲେ। ବୋମା ପ୍ରସ୍ତୁତି ପରେ ପୁଞ୍ଜିଲାଲ ରାୟପୁର ଯାଇ ପାର୍ସଲ ପଠାଇଥିଲେ। ୨୦୨୫ ମାର୍ଚ୍ଚ ୬ ତାରିଖରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କ ବୟାନ ରେକର୍ଡ ହୋଇଥିଲା। ୩ ଏପ୍ରିଲରେ ପ୍ରାମାଣିକ ତଥ୍ୟ ନେଇ ପାଟଣାଗଡ଼ ଏଡିଜେ କୋର୍ଟରେ ଶେଷ ହୋଇଥିଲା ଶୁଣାଣି।
ପୁଞ୍ଜିଲାଲ ମେହେରକୁ ଆଜୀବନ ,୭ ବର୍ଷ ପରେ ରାୟ
Facebook
Twitter
LinkedIn
Facebook
Twitter
LinkedIn
Recent News
Parhaat Sweepstakes Casinon bonukset ilman talletusta oikean rahan palkintoihin elokuussa 2026
Kun olet valinnut talletusvapaan kasinobonuksen ja lunastanut sen (varmista), Pottila alue että täytät kierrätysvaatimukset annetun aikarajan sisällä. Etsitpä sitten uutta...
The official website for Indian players is RajBet Online Casino.
No additional promo code is mandatory for base participation; the bonus relates to the initial deposit and fulfills standard wagering...
Top 10 USA Online Casinos for Real Money support and incident response before launch Gambling in 2026
This blackjack game offers the best odds of any in the US. If the dealer busted with a 22, remaining...
Top Online Casinos for Real Money in 2026
New players in the online gambling world are advised to use cryptocurrency when engaging with top mobile casinos. By depositing...







