ପିପିଲି: ମଙ୍ଗଳପୁର ପଞ୍ଚାୟତ ସମିତି ସଭ୍ୟଙ୍କୁ ଆକ୍ରମଣ । ସହଜପୁର ପଞ୍ଚାୟତ ସୁବୁଦ୍ଧିପଡାରେ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ । ସମିତିସଭ୍ୟ ଗଦାଧର ପରିଡାଙ୍କ ସହ ଆଉ ୨ ସହଯୋଗୀଙ୍କୁ ରାତିରେ ପିଛା କରି ଆକ୍ରମଣ ଗଦାଧରଙ୍କ ଡାହାଣଗୋଡ ଭାଙ୍ଗିଥିବା ବେଳେ ଅନ୍ୟ ଜଣଙ୍କ ହାତ ଭାଙ୍ଗିଛି । ଗୁରୁତର ଅବସ୍ଥାରେ ସେମାନଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ୩ ଅଟକ ରହିଛନ୍ତି ।
ଗତକାଲି ରାତିରେ ବିଜେପି ସମିତିସଭ୍ୟ ଗଦାଧରଙ୍କ ସମେତ କିଛି କର୍ମୀ ବାଇକ ଯୋଗେ ସୁବୁଦ୍ଧିପଡା ଦେଇ ଯାଉଥିବା ବେଳେ ସେଠାରେ ଉପସ୍ଥିତ ଥିବା କିଛି ଲୋକ ମରାଣାନ୍ତକ ଆକ୍ରମଣ କରିଥିଲେ । ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ବିଜେପିରେ ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ପିପିଲି ଥାନାରେ ଉପସ୍ଥିତ ଥିବା ବେଳେ ବିଜେପି କର୍ମୀ ମାନେ ପିପିଲିଥାନା ଘେରାଉ କରିଥିଲେ ।
Views: 66