ବ୍ୟୁରୋ : ପିଜୁଳି ପତ୍ର ଦୂର କରିବ ଏହି ସବୁ ରୋଗ ।ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପିଜୁଳି ଖାଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ଓ ମଜଭୁତ ରହିଥାଏ । ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଓ ଭିଟାମିନ୍ ସି ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ମଧ୍ୟ ହୋଇଥାଏ । ଖାଲି ଏତିକି ନୁହେଁ ଆପଣ ଜାଣିଛନ୍ତି କି ପିଜୁଳୀ ଠାରୁ ପିଜୁଳି ପତ୍ର ମଧ୍ୟ ଶରୀର ପାଇଁ ବେସ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ପତ୍ରର କିଛି ଖାସ୍ ଜିନିଷ ବିଷୟରେ । ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ, ପିଜୁଳି ପତ୍ର ଅଧିକରୁ ଅଧିକ ରୋଗ ଠିକ୍ କରିଥାଏ । ଯେଉଁଥିରେ ଦାନ୍ତରେ କଷ୍ଟ, ଗଳାରେ କଷ୍ଟ, ମାଢିରେ କଷ୍ଟ, ବ୍ରଣ ଏବଂ ମଧୁମେହ ରୋଗ ଭଳି ଅନେକ ରୋଗରୁ ଏହି ପତ୍ର ଆମକୁ ବଞ୍ଚାଇ ଥାଏ ।
ପାଚନ ଶକ୍ତିକୁ ଉନ୍ନତ କରେ : ପିଜୁଳି ପତ୍ର ଏସିଡିଟି ହ୍ରାସ କରିଥାଏ ଏବଂ ପେଟ ଫୁଲିବା ଭଳି ପାଚନ ସମସ୍ୟାରେ ମୁକ୍ତି ମଧ୍ୟ ଦେଇଥାଏ ।
ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଏ : ପିଜୁଳି ପତ୍ରରେ ଥିବା ଭିଟାମିନ୍ ଥିବା ଭିଟାମିନ୍ ସି’ ଏବଂ ଆଣ୍ଟିଅକ୍ସିଡାଣ୍ଟ ହାଇ ଲେଭଲ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦ୍ରୁଢ଼ କରିବାରେ ସାହାଯ୍ୟ ମଧ୍ୟ କରିପାରେ ।
ଦାନ୍ତ ପାଇଁ ଲାଭଦାୟକ : ଜାଣିରଖନ୍ତୁ ଯେ, ପିଜୁଳି ପତ୍ର ଚୋବାଇଲେ ଦାନ୍ତ ବିନ୍ଧା ଏବଂ ମାଢ଼ି ସମସ୍ୟା କମ ହୋଇପାରିବ । ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ମାଢ଼ି ରୋଗ, ଦାନ୍ତ ବିନ୍ଧା ଏବଂ ପାଟି ଦୁର୍ଗନ୍ଧକୁ ରୋକିବାରେ ସାହାଯ୍ୟ କରେ ।
ସ୍କିନ୍ ସମସ୍ୟା ଦୂର ହୁଏ : ଏଥି ସହ ପିଜୁଳି ପତ୍ରରେ ଥିବା ଆଣ୍ଟଅକ୍ସଡାଣ୍ଟ ଗୁଣ ଯୋଗୁଁ ମୁହଁରେ ହେଉଥିବା ବ୍ରଣ ଏବଂ କଳା ଦାଗ ଭଳି ସମସ୍ୟାକୁ ଦୂର କରିପାରିବ । ଏଥି ସହ ଯଦି ଆପଣ ପିଜୁଳି ପତ୍ର ଖାଆନ୍ତି, ତେବେ ଆପଣଙ୍କର ଫେସ୍ ଦିନକୁ ଦିନ ଗ୍ଲୋ କରିବା ଆରମ୍ଭ କରିବ ।
ପିଜୁଳି ପତ୍ର ଦୂର କରିିବ ଏହି ସବୁ ରୋଗ………
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











