ନୂଆଦିଲ୍ଲୀ : ବେଲଜିୟମରେ ମେହୁଲ ଚୋକସି ଗିରଫ । ପିଏନବି ଘୋଟାଲା ମାମଲାରେ ଫେରାର ଥିଲା ମେହୁଲ ଚୋକସି । ଭାରତ ସରକାରଙ୍କ ଅପିଲ ପରେ ବେଲଜିୟମରେ ଗିରଫ । ୧୩ ହଜାର କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି । ଖୁବଶୀଘ୍ର ମେହୁଲଙ୍କୁ ଭାରତ ଆଣିବାକୁ ପ୍ରୟାସ ।
୧୩ ହଜାର କୋଟିର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାରେ ମେହୁଲ ଚୋକସୀଙ୍କ ସଂପୃକ୍ତି ରହିଛି । ଏହି ମାମଲାରେ ସେ ଭାରତର ୱାଣ୍ଟେଡ୍ ତାଲିକାରେ ରହିଥିଲେ । ଘୋଟାଲା ସାମ୍ନାକୁ ଆସିବା ପରେ ୨୦୧୮ରେ ଦେଶ ଛାଡ଼ି ପଳାଥିଲେ ମେହୁଲ ଚୋକସୀ । ପିଏନବି ଘୋଟାଲାରେ ନିରବ ମୋଦି ମଧ୍ୟ ଭାରତର ୱାଣ୍ଟେଡ୍ ତାଲିକାରେ ।
ମେହୁଲ ଚୋକସୀ ଗତ କିଛି ଦିନ ଧରି ଚିକିତ୍ସା ପାଇଁ ବେଲଜିୟମ୍ ଯାଇଥିବା ବେଳେ ତାକୁ ପୋଲିସ ଗିରଫ କରିଛି । ମେହୁଲକୁ ବେଲଜିୟମ୍ ପୋଲିସ ଦୁଇଟି ମାମଲାରେ ଗିରଫ କରିଛି । ନିଜର ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ତୁରନ୍ତ ଜାମିନ ପାଇବା ଲାଗି ଚେଷ୍ଟା କରିପାରେ । ୨୦୨୩ ନଭେମ୍ବର ୧୫ ତାରିଖରେ ମେହୁଲ ଚୋକସୀ ନିଜର ବେଲଜିୟମ୍ ପତ୍ନୀ ଜରିଆରେ ନାଗରିକତା କାର୍ଡ ହାସଲ କରିଥିଲା ।
ପିଏନବି ଘୋଟାଲା : ମେହୁଲ ଚୋକସି ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











