The Ultimate Managed Hosting Platform
ADVERTISEMENT

ପାୱାର କଟ ନୁହେଁ ଯାନ୍ତ୍ରିକ ତ୍ରୁଟି ଯୋଗୁ କଟୁଛି ବିଜୁଳି: ମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ପାୱାର କଟ ନୁହେଁ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଜୁଳି କାଟ ହେଉଛି। ପାୱାର କଟ ଅର୍ଥ ଆମ ପାଖରେ ଆବଶ୍ୟକତା ଠାରୁ କମ ପାୱାର ଅଛି। ଲୋକଙ୍କୁ ଦେଲା ବେଳେ କାଟିକି ଦେବାକୁ ପାୱାର କଟ କୁହାଯାଏ। କିନ୍ତୁ ବର୍ତ୍ତମାନ ଘଣ୍ଟେ ଦୁଇ ଘଣ୍ଟା ବିଜୁଳି କାଟିବା ଯାନ୍ତ୍ରିକ ତ୍ରୁଟି। ଭିତ୍ତିଭୂମି ଦୁର୍ବଳ ଯୋଗୁଁ ପାୱାର ଟ୍ରିପ ହେଉଛି ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ। ରାଜ୍ୟରେ ଶକ୍ତି ବଣ୍ଟନ ଜାତୀୟ ହାରଠାରୁ ମଧ୍ୟ ଅଧିକା। ଏଥିପାଇଁ କେନ୍ଦ୍ରର ଶକ୍ତିମନ୍ତ୍ରୀ ରାଜ୍ୟକୁ ପ୍ରଶଂସା କରିଛନ୍ତି। ଏପରି କହି ପୁଣିଥରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ବିଦ୍ୟୁତ କାଟକୁ ନେଇ ସାରା ରାଜ୍ୟରେ ଦେଖା ଦେଇଥିବା ଅସନ୍ତୋଷ ବାବଦରେ ନିଜର ପୁରୁଣା କଥା ଦୋହରାଇଛନ୍ତି । କିନ୍ତୁ ଦୁର୍ବଳ ଭିତ୍ତିଭୂମି ଥିବା କଥାକୁ ଶକ୍ତିମନ୍ତ୍ରୀ ସ୍ୱୀକାର କରିଛନ୍ତି । ଭିତ୍ତିଭୂମି ଦୁର୍ବଳ ଯୋଗୁଁ ପାୱାର ଟ୍ରିପ ହେଉଛି ବୋଲି ସେ ସଫେଇ ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login