ନୂଆଦିଲ୍ଲୀ : ତାମିଲନାଡୁର ବିଲ୍ଲୁପୁରମ ରେଲୱେ ଷ୍ଟେସନ ପାଖରେ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ ହୋଇଛି । ଘଟଣାରେ ପାସେଞ୍ଜର ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ରେଳ ଅଧିକାରୀ ପହଞ୍ଚିଛନ୍ତି । ଲାଇନଚ୍ୟୁତ ବଗିକୁ ମରାମତି କାମ ଆରମ୍ଭ ହୋଇଛି । ତେବେ ଘଟଣାରେ କେହି ହତାହତ ହୋଇନାହାନ୍ତି । ଖବର ମୁତାବକ, ବିଲ୍ଲୁପୁରମରୁ ପୁଡୁଚେରୀ ଯାଉଥିବା ପାସେଞ୍ଜର ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଥିଲା । ବିକଟାଳ ଶବ୍ଦ ଶୁଣି ଟ୍ରେନକୁ ଅଟକାଇଥିଲେ ଲୋକ ପାଇଲଟ । ଫଳରେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ ଯାତ୍ରୀ । ଟ୍ରେନ ଲାଇନଚ୍ୟୁତ ହେବା ପରେ ଯାତ୍ରୀମାନେ ଭୟଭୀତ ହୋଇ ଚିତ୍କାର କରିଥିଲେ । ଟ୍ରେନରୁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି । ତେବେ ଟ୍ରେନ ବଗି କେମିତି ଲାଇନଚ୍ୟୁତ ହେଲା, ତାହା ଏଯାଏଁ ଜଣାପଡିନାହିଁ । ଏବେ ମରାମତି କାମ ଚାଲିଛି ।
Views: 52











