ପାରାଦୀପ : ପାରାଦୀପ ବଡପଡିଆ ଛକ ନିକଟ ଅଟୋଷ୍ଟାଣ୍ଡ ରେ ବିଭତ୍ସ ହତ୍ୟାକାଣ୍ଡ।କେହି ଦୁର୍ବୁତ୍ତ ଯୁବକର ତଣ୍ଟି କାଟି ହତ୍ୟା କରିଥିବା ନେଇ ସନ୍ଦେହ। ଯୁବକ ଜଣଙ୍କ ପାରାଦୀପ ସ୍ଥିତ ହୋଟେଲ ରେବିକାରେ ରହି ୨୦ଦିନ ହେବ କାମ କରୁଥିଲେ। ତେବେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ହତ୍ୟା ହୋଇଥିବା ବେଳେ ତାର ଶବ ରେବିକା ହୋଟେଲ ପଛପଟ ଅଟୋଷ୍ଟାଣ୍ଡ ରେ ପଡିରହିଛି। ତେବେ ଯୁବକର ପରିଚୟ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଗଣ୍ଡାଖିଆ ଲୋକନାଥ ପୁର ଗ୍ରାମର ଶ୍ରୀଚରଣ ଜେନାଙ୍କ ପୁଅ ଟୁବୁଲି ଜେନା ବୟସ ୨୫ ବୋଲି ଜଣାପଡିଛି। ସୂଚନାନୁଯାୟୀ ଟୁବୁଲି ୨୦ଦିନ ହେବ ପାରାଦୀପ ସ୍ଥିତ ରେବୀକା ହୋଟେଲରେ କାମ କରି ଆସୁଥିଲା। ହେଲେ ସେ ଗତକାଲି ଫୋନରେ କାହା ସହିତ ଗାଳିଗୁଲଜ କରୁଥିବାର ହୋଟେଲର ଅନ୍ୟ କର୍ମଚାରୀ ମାନେ ଦେଖିଥିଲେ। ତେବେ ଗତକାଲି ରାତି ୧୨ଟା ପରେ ସମସ୍ତେ ଖାଇ ପି ଶୋଇବା ପରେ ସକାଳୁ ହୋଟେଲ ପଛପଟ ଅଟୋ ଷ୍ଟାଣ୍ଡ ମଣ୍ଡପ ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାର ମୃତଦେହ ପଡ ରହିଛି। ତେବେ ତାର ବେକ କୌଣସି ଧାରୁଆ ଅସ୍ତ୍ର ରେ କଟା ହୋଇଥିବା ବେଳେ ଘଟଣା ସ୍ଥଳରେ ପାରାଦୀପ ଆଦର୍ଶ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।
ପାରାଦୀପ ବଡପଡିଆ ଛକ ନିକଟ ଅଟୋଷ୍ଟାଣ୍ଡରେ ବିଭତ୍ସ ହତ୍ୟାକାଣ୍ଡ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











