ପାରାଦୀପ : ପାରାଦୀପ କୁଜଙ୍ଗ ଅଞ୍ଚଳର ପୁରାତନ ଅନୁଷ୍ଠାନ ବାଣୀଧାରା ପକ୍ଷରୁ ରବିବାର ଡ୍ରଗ୍ସ୍ ଅପରାଧକୁ ନେଇ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି। ପାରାଦୀପର ହନୁମାନ ମନ୍ଦିର ନିକଟରୁ ଏକ ସାଇକେଲ ଯାତ୍ରା ଆରମ୍ଭ କରାଯାଇଥିଲା।ଡ୍ରଗ୍ସ ମୁକ୍ତ, ଅପରାଧ ମୁକ୍ତ ଏବଂ ଏକ ସଶକ୍ତ ସୁସ୍ଥ ସମାଜ ଗଠନ ଲକ୍ଷ୍ୟରେ ଏହି ଶୋଭାଯାତ୍ରା ହୋଇଥିଲା। ପାରାଦ୍ଵୀପ ବେଳାଭୂମି ହନୁମାନ ମନ୍ଦିର ଠାରୁ ଶୋଭାଯାତ୍ରା ବାହାରି ବେଳାଭୂମି ରାସ୍ତା, ଷଣ୍ଢକୁଦ ବସ୍ତି ଅଞ୍ଚଳ, ହୋଟେଲ ଛକ, ନୂଆବଜାର, ବ୍ୟାଙ୍କ ଲେନ୍,ବଡପଡିଆ ଦେଇ ଥାନା ଛକରେ ଶେଷ ହୋଇଥିଲା।ଏଥିରେ, ପାରାଦୀପ କଲେଜର ଏନସିସି ଛାତ୍ରଛାତ୍ରୀ, ଆଦର୍ଶପ୍ରୟାସ ସ୍ବେଚ୍ଛାସେବୀ ସଂଗଠନ ସଭ୍ୟ, ଆଇନଜୀବୀ, ଗଣମାଧ୍ୟମ ପ୍ରତିନିଧି, ଓ ସାଧାରଣ ଲୋକ ମାନେ ସାମିଲ ହୋଇଥିଲେ।ଆରମ୍ଭରେ ଏହି ଶୋଭାଯାତ୍ରାକୁ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ, ଅଧ୍ୟାପକ ଅକ୍ଷୟ ମିଶ୍ର, ଯୁବ ସଂଗଠକ ରାକେଶ କୁମାର ପଟ୍ଟନାୟକ, ଚନ୍ଦ୍ରକାନ୍ତ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ବାଣୀଧାରା ର ସଂଯୋଜକ ଆଇନଜୀବି ଗତିକୃର୍ଷ୍ଣ ଶତପଥୀଙ୍କ ସଂଯୋଜନାରେ,ଏହି “ଅବୈଧ ଡ୍ରଗ୍ସ ମୁକ୍ତ ଅଭିଯାନ” ଗତ ୩ ମାସ ହେଲା କୁଜଙ୍ଗ ପାରାଦୀପ ଅଞ୍ଚଳରେ କରାଯାଉଛି।ବିଶେଷକରି ଆମ ଭବିଷ୍ୟତ ଯୁବପିଢ଼ି ଯେପରି ଡ୍ରଗ୍ସ କବଳରେ ପଡି ନିଜର ଭବିଷ୍ୟତ ନଷ୍ଟ କରୁଛନ୍ତି ସେମାନଙ୍କ ପାଇଁ ଏହି ଅଭିଯାନ କରାଯାଉଛି।ଏହି ଡ୍ରଗ୍ସ ମୁକ୍ତ ଅଭିଯାନରେ ସବୁ ବର୍ଗର ଲୋକ ସାମିଲ ହୋଇ ପରିବାର ସ୍ତରରେ ଡ୍ରଗ୍ସ୍ ବିରୁଦ୍ଧରେ ସଚେତନତା ଆଣିବା ପାଇଁ ଲକ୍ଷ୍ୟ ବୋଲି ବାଣୀଧାରା ତରଫରୁ କୁହାଯାଇଛି।ବାଣୀଧାରାର ଅନ୍ୟ ସଦସ୍ୟମାନେ ଏହି ସାଇକେଲ ଶୋଭାଯାତ୍ରାକୁ ପରିଚାଳନା କରିଥିବା ବେଳେ ସାମାଜିକ ସଙ୍ଗଠନ ଆଦର୍ଶ ପ୍ରୟାସ ଏବଂ ପାରାଦ୍ଵୀପ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀମାନେ ଯୋଗ ଦେଇ ସ୍ଳୋଗାନ ମାଧ୍ୟମରେ ଅନୈତିକ ଡ୍ରଗ୍ସ୍ ଠାରୁ ଦୂରରେ ରହିବା ପାଇଁ ଆହ୍ବାନ ଦେଇଥିଲେ।
ପାରାଦୀପ ଠାରେ ଡ୍ରଗ୍ସ ମୁକ୍ତ ସମାଜ ପାଇଁ ସାଇକେଲ ଶୋଭାଯାତ୍ରା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











