ଭୁବନେଶ୍ୱର : ପାଣ୍ଡିଆନଙ୍କୁ ମୁଁ ବିଜେଡିରେ ସ୍ୱାଗତ କରୁଛି କହିଲେ ମୁଖ୍ୟମନ୍ତ୍ରୀ । ସେ ବହୁ ବର୍ଷ ହେଲା ରାଜ୍ୟ ପାଇଁ କଠିନ ପରିଶ୍ରମ କରୁଛନ୍ତି । ସେ ଦଳର ଜଣେ ସଦସ୍ୟ ଭାବେ ତାହା ଜାରି ରଖିବେ ।
ପାଣ୍ଡିଆନ ବିଜେଡିରେ ଯୋଗ ଦେବା ପରେ କହିଛନ୍ତି କି ମହାପ୍ରଭୁଙ୍କ ଆଶୀର୍ବାଦ , ମୁଖ୍ୟମନ୍ତ୍ରୀଙ୍କ ଗାଇଡାନ୍ସରେ କାର୍ଯ୍ୟ କରିବି । ଆପଣ ମାନଙ୍କ ସହ ଯୋଗରେ ଓଙ୍ଗିଶା ବାସୀଙ୍କ କାମ କରିବି । ନିଷ୍ଠା , ନମ୍ରତା, ନିସ୍ୱାର୍ଥପର ଭାବେ କାମ କରିବି ।
ପିନାକୀ ମିଶ୍ର ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି , ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ୧୩ ରୁ ୧୪ ବର୍ଷ ଧରି କାମ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଯେପରି କାର୍ଯ୍ୟ କରିଛନ୍ତି , ତାହା ଦଳରେ କରିବେ । ତାଙ୍କର ପ୍ରଶାସନିକ କ୍ଷେତ୍ରରେ ବହୁତ ଅଭିଜ୍ଞତା ରହିଛି । ପ୍ରଶାସନିକ ଅଭିଜ୍ଞତାକୁ ସେ ଦଳ ପାଇଁ କାର୍ଯ୍ୟରେ ଲଗାଇବେ । ଆମେ ତାଙ୍କୁ ଦଳରେ ସାମିଲ ପାଇଁ ସ୍ୱାଗତ କରୁଛୁ ।
ବିଜେଡିରେ ପାଣ୍ଡିଆନଙ୍କ ଯୋଗଦାନ ନେଇ ବିରୋଧୀଙ୍କ କଟାକ୍ଷ । ବିଜେପି ସଭାପତି ମନମୋହନ ସାମଲ ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି , ପାଣ୍ଡିଆନଙ୍କ ବିଜେଡିରେ ଯୋଗଦାନ କିଛି ବି ପ୍ରଭାବ ପଡିବନି । ଆଗରୁ ଲୁଚାଛପାରେ ସେହି କାମ କରୁଥିଲେ ଏବେ ଖୋଲାରେ କରିବେ । କେତେ ଆସିଲେଣି ଗଲେଣି , କିଛି ପ୍ରଭାବ ପଡିବନି ।
ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ପରଦା ପଛରେ ରହି ଆଉ କାହା ନାଁରେ ଶାସନ କରିବା ଗୋଟିଏ କଥା । ପରଦା ବାହାରକୁ ଆସି ରାଜନୀତି କରିବା ଅଲଗା କଥା । ଯାହା ନାଁରେ ଦଳ ହୋଇଛି , ସେହି ବିଜୁ ବାବୁ ସ୍ୱାଭିମାନୀ ଓଡିଆ ଥିଲେ । ତାଙ୍କ ଆତ୍ମା ଯେବେ ଦେଖୁଥିବା , ତାଙ୍କ ନାଁରେ ଗଠିତ ଦଳକୁ ଚଳାଇବାକୁ ସାଢେ ୪ କୋଟି ଓଡିଆଙ୍କ ଭଇତରୁ କେହି ମିଳିଲେନି , ତାଙ୍କ ଆତ୍ମା କଷ୍ଟ ପାଉଥିବ । ଏ ସବୁ ଦେଖି ବିଜୁଙ୍କ ଆତ୍ମା ନିଶ୍ଚିତ ଛାଟିପିଟି ହେଉଥିବା ।
ପାଣ୍ଡିଆନଙ୍କ ବିଜେଡିରେ ମିଶିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା । ୨୦୧୪ରୁ ପ୍ଲାନ ଆରମ୍ଭ ହୋଇଥିଲା, ସମୟ ଅନୁସାରେ ସମସ୍ତଙ୍କୁ କାଢିଲେ । ୨୦୧୯ରେ ମତେ ହରାଇବାକୁ ପ୍ଲାନ ହୋଇଥିଲା ସ୍ପଷ୍ଟ ହେଲା । ମୋତେ ଦୂରେଇବେ , ସେ ନିକଟତର ହେବେ , ରାଜନୀତି ହାତକୁ ନେବେ । ଓଡିଶାରେ ଡିପଫେକ ସରକାର ରାଜ୍ୟକୁ ଡିପଫେକରେ ପରିଣତ କରିଛି ।
ପାଣ୍ଡିଆନଙ୍କୁ ଦଳରେ ସ୍ୱାଗତ , ବିରୋଧୀଙ୍କ କଟାକ୍ଷ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...