ଭୁବନେଶ୍ୱର : ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ବିସ୍ଫୋରକ ବୟାନ । ନବୀନ ପଟ୍ଟନାୟକ ଭୀଷଣ ମିଛ କହୁଛନ୍ତି କହିଲେ ପାଟ୍ଟଶାଣୀ । ପାଣ୍ଡିଆନଙ୍କ କଥାରେ ଭୀଷଣ ମିଛ କହୁଛନ୍ତି ନବୀନ । ଦଳରେ କଣ ଅଛି ଯେ ଦଳ ଗଢିବେ । ମୁଁ ପ୍ରଥମେ ପାଣ୍ଡିଆନଙ୍କୁ ବିରୋଧ କରିଥିଲେ । ବିଜେଡି ଦଳରେ ଏବେବି ଭୀଷଣ ଷଡଯନ୍ତ୍ର ଚାଲିଛି । ମୋ ବିରୋଧରେ ବି ପାଣ୍ଡିଆନ ଷଡଯନ୍ତ୍ର କରିଥିଲେ । ନେତାଙ୍କୁ ତାଗିଦ କରିବାର ଅଧିକାର କାହାର ନାହିଁ । ପାଣ୍ଡିଆନଙ୍କ ଯୋଗୁଁ ଦଳ ହାରିଛି . ବାରମ୍ବାର କହିବାକୁ ଚାହୁଁନି । ପ୍ରଭାତ ତ୍ରୀପାଠୀଙ୍କ ପ୍ରସଙ୍ଗରେ ନବୀନ ପଟ୍ଟନାୟକ କହିବା ଦୁର୍ଭାଗ୍ୟ ଜନକ । ମୁଁ ଚିଲିକାରୁ ଟିକେଟ ଚାହୁଁଥିଲି , ଶେଷ ସମୟରେ ଦେଲେନି । ବିଜେଡିରେ ନେତା ଅଣନିଶ୍ୱାସୀ ହେଇଗଲେଣି ।
ନବୀନ-ପାଣ୍ଡିଆନଙ୍କୁ ନେଇ ପାଟ୍ଟଶାଣୀ କହିଛନ୍ତି ମୁଁ ଯାହା ଦେଖିଛି ତାହା କଣ କହିହେବ । ମହୁ ଫେଣାରେ ମହୁ ଅଛି ବୋଲି କହି ତେରଛା ବାଣ ମାରିଛନ୍ତି ପ୍ରସନ୍ନ । ଏହାସହ କହିଛନ୍ତି, ଚେତାବନୀ କାମ ଦେବ ନାହିଁ । ଅଳ୍ପଦିନ ପରେ ସବୁ ଦେଖିବ । ମୁଁ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇଛି । ନଚେତ୍ ପଲିଟିକାଲ ଡେଥ୍ ହୋଇଯାଇଥାଆନ୍ତା ବୋଲି କହିଛନ୍ତି ପ୍ରସନ୍ନ ।
ମୋଟ୍ ଉପରେ ବିଜେଡିରେ ଯେଉଁ ଘଟଣା ଘଟୁଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ବିଜେଡି ନେତା ନିଇତି ବିସ୍ଫୋରଣ କରୁଛନ୍ତି । ହେଲେ ପ୍ରସନ୍ନ ପାଟ୍ଟଶାଣୀ ଯେଉଁ ବୟାନ ଦେଇଛନ୍ତି ତାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।
ପାଟ୍ଟଶାଣୀଙ୍କ ବିସ୍ଫୋରକ ବୟାନ, କହିଲେ ନବୀନ ମିଛ କହୁଛନ୍ତି

Facebook
Twitter
LinkedIn
Facebook
Twitter
LinkedIn
Recent News
୧୪ ଦେଶକୁ ଟ୍ରମ୍ପଙ୍କ ଟାରିଫ ମାଡ
ନୂଆଦିଲ୍ଲୀ : ୧୪ ଟି ଦେଶ ଉପରେ ନୂଆ ଟାରିଫ ପ୍ଲାନ ଘୋଷଣା । ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ ।େ୧୪ ଦେଶକୁ...
ପୁଣି ମନମୋହନ ହେଲେ ରାଜ୍ୟ ବିଜେପି ସଭାପତି
ଭୁବନେଶ୍ୱର : ସର୍ବ ସହମତିରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ମନମୋହନ । ବିଜେପି ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା । ବିଧିବଦ୍ଧ ଭାବେ ଘୋଷଣା...
ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷୁଛି । ଆହୁରି...
୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ
ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...