ନୂଆଦିଲ୍ଲୀ : ଦରଦାମ ବୃଦ୍ଧିରେ ରେକର୍ଡ ଭାଙ୍ଗିଲା ପାକିସ୍ତାନ । ଶ୍ରୀଲଙ୍କାକୁ ପଛରେ ପକାଇଲା । ଦେଶର ମୁଦ୍ରାସ୍ପିତି ୩୮ ପ୍ରତିଶତରେ ପହଞ୍ଚିଛି । ଶ୍ରୀଲଙ୍କାରେ ଏବେ ମୁଦ୍ରାସ୍ପିତି ୨୫.୨ ପ୍ରତିଶତ ଅଛି । ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ଗତିକରୁଛି ପାକ୍ । ଗୋଟିଏ ପଟେ ଋଣ ଅନ୍ୟପଟେ ଘୋର ଆର୍ଥିକ ସଂକଟ ଦେଇ ଗତିକରୁଛି ଦେଶ । ଋଣ ବୋଝ ବଢିଚାଲିଥିବାବେଳେ ଖାଲି ହେଉଛି ବିଦେଶୀ ମୁଦ୍ରା ଭଣ୍ଡାର । କାଙ୍ଗାଳିଆ ସ୍ଥିତିରେ ପହଞ୍ଚିଛି ପାକ୍ । ମେ ୨୦୨୩ରେ ପାକିସ୍ତାନ ମୁଦ୍ରାସ୍ପିତି ୩୮ ପ୍ରତିଶତରେ ପହଞ୍ଚିଛି । ଯାହା ଏସିଆରେ ସର୍ବାଧିକ । ଏହା ସହ ୧୯୫୭ ମସିହା ପରଠାରୁ ମଧ୍ୟ ଏହା ସର୍ବାଧିକ । ବିଦେଶୀ ଋଣ, ସ୍ଥାନୀୟ ମୁଦ୍ରା ଦୁର୍ବଳ ଓ ବିଦେଶର ମୁଦ୍ରା ଭଣ୍ଡାର କମ ହେବା ପରି ସଙ୍କଟରେ ଘେରି ରହିଛି ଦେଶ । ଏଭଳି ଗମ୍ଭୀର ସଙ୍କଟ ମଧ୍ୟରେ ଆଇଏମଏଫ ସର୍ତ୍ତ ପୂରଣ ପାଇଁ ପଛଘୁଞ୍ଚା ଦେଇଛି ପାକ୍ ।
ତେଣୁ ଜୁନ ଶେଷରେ ଯଦି ଆଇଏମଏଫ ର ଫଣ୍ଡିଂ ଶେଷ ହୁଏ, ପାକିସ୍ତାନ ସମ୍ପୂର୍ଣ୍ଣ ଦେବାଳିଆ ହୋଇଯିବ। ଦେଶର ମୁଦ୍ରା ଦୁର୍ବଳ ହେବା ସହ ଖାଦ୍ୟଶସ୍ୟର ମୂଲ୍ୟ ମଧ୍ୟ ଅହେତୁକ ଭାବେ ବଢିଛି ।ଏବେ ପାକରେ ଖାଦ୍ୟ ମୁଦ୍ରାସ୍ପିତି ୪୮.୭ ପ୍ରତିଶତ ରହିଛି । ତେବେ ଆର୍ଥିକ ସଙ୍କଟ ମଧ୍ୟରେ ସରିଫ ସରକାର ଓ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିବାଦ କାରଣରୁ ଦେଶରେ ରାଜନୈତିକ ସଙ୍କଟ ମଧ୍ୟ ଘନେଇବାରେ ଲାଗିଛି ।
ପାକିସ୍ତାନରେ ହା ହା କାର ,ରୁଣ ଓ ଘୋର ଆର୍ଥିକ ସଙ୍କଟରେ ଫଶିଛି ପାକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











