ନୂଆଦିଲ୍ଲୀ : ପାକିସ୍ତାନରେ ବଡ ଧରଣର ବିସ୍ଫୋରଣ । ୨୫ ମୃତ, ୭୦ ଗୁରୁତର । ବାଲୋଚିସ୍ତାନ ମାସ୍ତୁଙ୍ଗ ଜିଲ୍ଲାର ଏକ ମସଜିଦ୍ ନିକଟରେ ବିସ୍ଫୋରଣ । ପର୍ବ ପାଳନ ପାଇଁ ଏକତ୍ରିତ ହୋଇଥିବା ବେଳେ ବିସ୍ଫୋରଣ । ବଲୁଚିସ୍ତାନର ମସ୍ତୁଙ୍ଗ ଜିଲ୍ଲାରେ ଅଲ୍-ଫଲାହ ମସ୍ଜିଦ ନିକଟରେ ଇଦ୍ ମିଲାଦ-ଉଲ୍-ନବିଙ୍କ ଜୁଲୁସ୍କୁ ଟାର୍ଗେଟ୍ କରି ଏହି ବିସ୍ଫୋରଣ କରାଯାଇଛି। ଶୁକ୍ରବାରର ସାପ୍ତାହିକ ଇଦ୍ ନମାଜ ପାଠ ସମୟରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଜଣେ ପୋଲିସ ଅଧିକାରୀଙ୍କ ମୁତାବକ, ଏହି ବିସ୍ଫୋରଣ ମସ୍ଜିଦ ନିକଟରେ କରାଯାଇଛି। ସେହି ସମୟରେ ସ୍ଥାନୀୟ ଲୋକେ ଇଦ୍-ମିଲାଦୁନ ନବିଙ୍କ ଇସ୍ଲାମି ଅବକାଶ ପାଳନ ପାଇଁ ଏକାଠି ହୋଇଥିଲେ। ବିସ୍ଫୋରଣ ପରେ ସେଠାକାର ସମସ୍ତ ହସ୍ପିଟାଲରେ ଜରୁରୀ ପରିସ୍ଥିତି ଘୋଷଣା କରି ଦିଆଯାଇଛି ଏବଂ ହସ୍ପିଟାଲ ଷ୍ଟାଫ୍ମାନଙ୍କୁ ତୁରନ୍ତ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିସ୍ଫୋରଣରେ ଜଣେ ଡିଏସ୍ପିଙ୍କ ମୃତ୍ୟୁ ଘଟିଛି। ଏଥିରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ସେପଟେ ବିସ୍ଫୋରଣ ସ୍ଥଳରୁ ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି।
ପାକିସ୍ତାନରେ ବିସ୍ଫୋରଣ : ୨୫ ମୃତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











