ନୂଆଦିଲ୍ଲୀ : ପାକିସ୍ତାନରେ ବଡ ଧରଣର ବିସ୍ଫୋରଣ । ୨୫ ମୃତ, ୭୦ ଗୁରୁତର । ବାଲୋଚିସ୍ତାନ ମାସ୍ତୁଙ୍ଗ ଜିଲ୍ଲାର ଏକ ମସଜିଦ୍ ନିକଟରେ ବିସ୍ଫୋରଣ । ପର୍ବ ପାଳନ ପାଇଁ ଏକତ୍ରିତ ହୋଇଥିବା ବେଳେ ବିସ୍ଫୋରଣ । ବଲୁଚିସ୍ତାନର ମସ୍ତୁଙ୍ଗ ଜିଲ୍ଲାରେ ଅଲ୍-ଫଲାହ ମସ୍ଜିଦ ନିକଟରେ ଇଦ୍ ମିଲାଦ-ଉଲ୍-ନବିଙ୍କ ଜୁଲୁସ୍କୁ ଟାର୍ଗେଟ୍ କରି ଏହି ବିସ୍ଫୋରଣ କରାଯାଇଛି। ଶୁକ୍ରବାରର ସାପ୍ତାହିକ ଇଦ୍ ନମାଜ ପାଠ ସମୟରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଜଣେ ପୋଲିସ ଅଧିକାରୀଙ୍କ ମୁତାବକ, ଏହି ବିସ୍ଫୋରଣ ମସ୍ଜିଦ ନିକଟରେ କରାଯାଇଛି। ସେହି ସମୟରେ ସ୍ଥାନୀୟ ଲୋକେ ଇଦ୍-ମିଲାଦୁନ ନବିଙ୍କ ଇସ୍ଲାମି ଅବକାଶ ପାଳନ ପାଇଁ ଏକାଠି ହୋଇଥିଲେ। ବିସ୍ଫୋରଣ ପରେ ସେଠାକାର ସମସ୍ତ ହସ୍ପିଟାଲରେ ଜରୁରୀ ପରିସ୍ଥିତି ଘୋଷଣା କରି ଦିଆଯାଇଛି ଏବଂ ହସ୍ପିଟାଲ ଷ୍ଟାଫ୍ମାନଙ୍କୁ ତୁରନ୍ତ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିସ୍ଫୋରଣରେ ଜଣେ ଡିଏସ୍ପିଙ୍କ ମୃତ୍ୟୁ ଘଟିଛି। ଏଥିରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ସେପଟେ ବିସ୍ଫୋରଣ ସ୍ଥଳରୁ ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି।
ପାକିସ୍ତାନରେ ବିସ୍ଫୋରଣ : ୨୫ ମୃତ

Facebook
Twitter
LinkedIn
Facebook
Twitter
LinkedIn
Recent News
ଦୀପାବଳି ପାଇଁ କଟକଣା ; ସନ୍ଧ୍ୟା ୭ଟାରୁ ୯ଟାଯାଏଁ ଫୁଟାଇବେ ବାଣ
ଭୁବନେଶ୍ୱର : ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ସାରା ଦେଶ ପାଳନ କରିବ ଦୀପାବଳି । ତେବେ ପ୍ରତିଥର ବାଣକୁ ନେଇ ଗାଇଡଲାଇନ୍ ଆସୁଥିବା ବେଳେ ଚଳିତବର୍ଷ...
୫ ହଜାର ବୋତଲ କଫ୍ ସିରପ ଜବତ
ସମ୍ବଲପୁର : ବଡ ଧରଣର କଫ୍ ସିରପ୍ ରାକେଟର ପର୍ଦ୍ଦାଫାସ । ଏହି ଘଟଣାରେ ୨୦ ଜଣ ଗିରଫ ହୋଇଛନ୍ତି । ୫ହଜାର ବୋତଲ କଫ ସିରପ...
ଶ୍ରୀମନ୍ଦିରରେ ହେବ ୱାକିଟକି ବ୍ୟବସ୍ଥା : ଗିରୀଶ
ପୁରୀ : ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ ଫୋନ ।କୈାଣସି ପୋଲିସ କି ସେବାୟତ ବି ନେଇ ପାରିବେନି ମୋବାଇଲ । ଆଗକୁ ୱାକିଟକି ବ୍ୟବସ୍ଥା...
୧୬ରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ
ନୂଆପଡା : ଆସନ୍ତା ୧୬ ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କର ଦାଖଲ ବେଳେ ଉପସ୍ଥିତ ରହିବେ ।...