ପାକିସ୍ତାନ : ଦେବାଳିଆ ପାକିସ୍ତାନ ବର୍ତ୍ତମାନ ଏକ ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ପାକିସ୍ତାନରେ ଟମାଟୋ ମୂଲ୍ୟ ନୂଆ ସ୍ତରରେ ପହଞ୍ଚିଛି । ରିପୋର୍ଟ ଅନୁଯାୟୀ, ଲାହୋର ଏବଂ କରାଚୀ ସମେତ ଅଧିକାଂଶ ପ୍ରମୁଖ ସହରରେ ଟମାଟୋ ଏବେ କିଲୋଗ୍ରାମ ପିଛା ୭୦୦ରେ ରେକର୍ଡ ସର୍ବାଧିକ ବିକ୍ରି ହେଉଛି । କିଛି ସପ୍ତାହ ପୂର୍ବରୁ, ଟମାଟୋ କିଲୋଗ୍ରାମ ପିଛା ୧୦୦ ରେ ବିକ୍ରି ହେଉଥିଲା । ଆଫଗାନିସ୍ତାନ ସହିତ ବାଣିଜ୍ୟରେ ବାଧା ଯୋଗୁଁ ମଧ୍ୟ ଟମାଟୋ ମୂଲ୍ୟ ବୃଦ୍ଧି ପାଇଛି ବୋଲି ଏଭଳି ସ୍ଥିତିରେ ରହିଛି ପାକିସ୍ତାନ । ପାକିସ୍ତାନର ଏକ ରିପୋର୍ଟ ଅନୁଯାୟୀ, ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ଯୋଗୁଁ ଫସଲ ନଷ୍ଟ ହୋଇଛି, ବାଣିଜ୍ୟ ବାଧାପ୍ରାପ୍ତ ହୋଇଛି ଏବଂ ଯୋଗାଣ ଅଭାବ ସୃଷ୍ଟି ହୋଇଛି, ଯାହା ଫଳରେ ଟମାଟୋର ମୂଲ୍ୟ ରେକର୍ଡ ଛୁଇଁଛି । ଆଫଗାନିସ୍ତାନରୁ ପାକିସ୍ତାନକୁ ଟମାଟୋ ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି । ସୀମାରେ ଉତ୍ତେଜନା ଏବଂ ଆଫଗାନିସ୍ତାନ ରପ୍ତାନି ଉପରେ ପ୍ରତିବନ୍ଧକ ପରେ ପାକିସ୍ତାନର ପ୍ରମୁଖ ସହରଗୁଡ଼ିକରେ ଟମାଟୋ ଏବଂ ଅନ୍ୟାନ୍ୟ ପନିପରିବାର ମୂଲ୍ୟ ବୃଦ୍ଧି ପାଇଛି ।
ପାକିସ୍ତାନରେ ଟମାଟୋ କିଲୋ ୭୦୦ ଟଙ୍କା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











