The Ultimate Managed Hosting Platform
ADVERTISEMENT

ପାକିସ୍ତାନରେ ଆତଙ୍କୀ ହମଲା

Facebook
Twitter
LinkedIn

ନୂଆଦିଲ୍ଲୀ : ପାକିସ୍ତାନ ଏୟାର ବେସରେ ଆତଙ୍କବାଦୀ ହମଲା । ପଞ୍ଜାବର ମିଆଁୱାଲି ବାୟୁ ସେନା କ୍ୟାମ୍ପରେ ଆକ୍ରମଣ । ୩ ଲଢୁଆ ବିମାନ ଜାଳିଦେଲେ ବନ୍ଧୁକଧାରୀ ଆତଙ୍କବାଦୀ । ପାକିସ୍ତାନ ସେନାର ପାଲଟା ଜବାବରେ୩ ଆତଙ୍କବାଦୀ ମୃତ ।
ଏୟାରବେସରେ ଆତଙ୍କ ଖେଳାଇଛନ୍ତି ଆତ୍ମଘାତୀ ଆତଙ୍କବାଦୀ । ଜୋରଦାର ଫାୟାରିଂ କରିଛନ୍ତି । ଏହାର ପାଲଟା କାର୍ୟ୍ୟାନୁଷ୍ଠାନ କରିଛି ପାକିସ୍ତାନ ସେନା । ଉଭୟ ପକ୍ଷ ଭିତରେ ବହୁ ସମୟ ଧରି ଗୁଳି ବିନିମୟ ହୋଇଥିଲା । ଜବାବୀ ହମଲାରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଖବର ମୁତାବକ, ସକାଳେ ପ୍ରଚୁର ଅସ୍ତ୍ରଶସ୍ତ୍ର ସହିତ ୫/୬ଜଣ ଲୋକ ଦଳବଦ୍ଧ ହୋଇ ବାୟୁସେନା ଏୟାରବେସରେ ଆକ୍ରମଣ କରିବାରୁ ଗୁଳି ବିନିମୟ ଘଟିଲା । ଆକ୍ରମଣରେ ଏୟାରବେସ୍ ଭିତରେ ୩ଟି ଯୁଦ୍ଧ ବିମାନ ଓ ତୈଳ ଟ୍ୟାଙ୍କକୁ ଆତଙ୍କବାଦୀ ଉଡ଼ାଇ ଦେଇଥିବା ସୂଚନା ମିଶିଛି । ତେବେ ମୃତାହତ ଓ କ୍ଷୟକ୍ଷତି ନେଇ ପାକିସ୍ତାନ ସେନା ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ତାଲିବାନୀ ସମର୍ଥିତ ଆତଙ୍କବାଦୀ ସଂଗଠନ ତେହରିକ-ଏ-ଜିହାଦ୍ । ଆତ୍ମଘାତୀ ବିସ୍ଫୋରଣକାରୀ ଏକ ସିଡ଼ି ସାହାଯ୍ୟରେ ଏୟାରବେସ୍ ଭିତରେ ପ୍ରବେଶ କରିଥିଲେ । ସେମାନଙ୍କ ପାଖରେ ରହିଥିଲା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login