ନୂଆଦିଲ୍ଲୀ : ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ କଡା ସନେ୍ଦଶ । ଆମେ ପାକିସ୍ତାନକୁ ପରୀକ୍ଷାରେ ରଖିଛୁ କହିଲେ । ଯଦି ଏହାର ଆଚରଣରେ ଉନ୍ନତି ଆସେ , ତେବେ ଠିକ । ନଚେତ, ପାକିସ୍ତାନକୁ କଠୋରତମ ଦଣ୍ଡ ଦିଆଯିବ । ପାକିସ୍ତାନ ବ୍ରହ୍ମୋସ କ୍ଷେପଣାସ୍ତ୍ରର ଶକ୍ତିକୁ ସ୍ୱୀକାର କରିଛି । ଆମ ଦେଶରେ ଏକ ପୁରାତନ କଥା ଅଛି ଦିନରେ ତାରା ଦେଖାଇବା । ସ୍ୱଦେଶୀ ଜ୍ଞାନ କୈାଶଳରେ ନିର୍ମିତ ବ୍ରହ୍ମୋସ ଏହା କରି ଦେଖାଇଛି । ପାକିସ୍ତାନକୁ ରାତିର ଅନ୍ଧକାର ଭିତରେ ଦିନରେ ଉଜାଲା ଦେଖାଇଲା । ଭୁଜ ବାୟୁସେନା ଷ୍ଟେସନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ବଡ ବୟାନ । ଅପରେସନ ସିନ୍ଦୂର ସମୟରେ ଆପଣ ଯାହା କଲେ ତାହା ଗର୍ବିତ । ଦେଶ ଭିତରେ ଓ ବାହାରେ ଥିବା ଭାରତୀୟ ସମସ୍ତେ ଗର୍ବିତ । ଆତଙ୍କବାଦକୁ ଦମମନ କରିବାକୁ ଭାରତୀୟ ବାୟୁସେନା ପାଇଁ ମାତ୍ର ୨୩ ମିନିୟ ଯଥେଷ୍ଟ ଥିଲା ବୋଲି କହିଲେ । ଟିଫିନ ଖାଇବା ପାଇଁ ଯେତିକି ସମୟ ଦରକାର ସେତିକିରେ ଖତମ । ଆପଣ ଶତ୍ରୁମାନଙ୍କ ଦେଳକୁ ଯାଇ କ୍ଷେପଣାସ୍ତ୍ର ପକାଇଥିଲେ । ପ୍ରତିଧ୍ୱନି ଭାରତ ସୀମାରେ ସୀମିତ ରହିଲା ନାହିଁ , ବିଶ୍ୱ ଦେଖିଲା । ସେହି ପ୍ରତିଧ୍ୱନି କେବଳ କ୍ଷେପଣାସ୍ତ୍ରର ନୁହେଁ , ଆପଣଙ୍କର ବୀରତ୍ୱ । ସଶସ୍ତ୍ର ବାହିନୀ ଯବାନଙ୍କ ସାହାସର ମଧ୍ୟ ଥିଲା ।
ଆମେ ଭଗବାନ ରାମଙ୍କୁ ଅନୁସରଣ କରି ଆଗକୁ ବଢୁଛୁ । ପ୍ରଭୁ ଶ୍ରୀରାମ ଆସୁରିକ ଶକ୍ତିକୁ ସମାପ୍ତ କରିବାକୁ ସଂକଳ୍ପ ନେଇଥିଲେ । ପୃଥିବୀକୁ ରାକ୍ଷସ ମୁକ୍ତ କରିବା ପାଇଁ ହାତ ଉଠାଇଛି କହିଥିଲେ । ଯେଉଁଭଳି ଭାବରେ ପ୍ରଭୁ ରାମ ତାଙ୍କର ବାହୁ ଉଠାଇଥିଲେ ବିଶ୍ୱକୁ ଦାନବ ମୁକ୍ତ କରିବାକୁ ସଂକଳ୍ପ ନେଇଥିଲେ , ତାହା କରୁଛୁ । ସେହି ନୀତି ଅନୁସରଣ କରି ଆତଙ୍କୀ ମୂଳରୁ ଉଚ୍ଛେଦ ସଂକଳ୍ପ ନେଇଛୁ ।
ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଚରମ ବାଣୀ ; ବଦଳିଗଲେ ଠିକ, ନଚେତ କଠୋର ଦଣ୍ଡ ,ଟିଫିନ ଖାଇବା ପାଇଁ ଯେତିକି ସମୟ ଦରକାର ସେତିକିରେ ଖତମ

Facebook
Twitter
LinkedIn
Facebook
Twitter
LinkedIn
Recent News
ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ
ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...
ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ
ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...
ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ
ନୂଆପଡା : ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ । ନୂଆପଡ଼ା ନାରାୟଣ ଡୋଙ୍ଗରୀ ସଂରକ୍ଷିତ ଜଙ୍ଗଲରୁ ଠାବ ହୋଇଛି ମାଓ କ୍ୟାମ୍ପ । ଯବାନଙ୍କୁ ଟାର୍ଗେଟ କରି...
୧୪ ଦେଶକୁ ଟ୍ରମ୍ପଙ୍କ ଟାରିଫ ମାଡ
ନୂଆଦିଲ୍ଲୀ : ୧୪ ଟି ଦେଶ ଉପରେ ନୂଆ ଟାରିଫ ପ୍ଲାନ ଘୋଷଣା । ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ ।େ୧୪ ଦେଶକୁ...