ବସ୍ତା : ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ପାଉଁଶକୁଲି ଠାରେ ବିଜେପି ର ମିଶ୍ରଣ ପର୍ବ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମ କୁ ବରିଷ୍ଠ ନେତା ପଞ୍ଚାନନ ଦାସ ସଭାପତିତ୍ବ କରିଥିବା ବେଳେ ରାମଚନ୍ଦ୍ର ବେଶ୍ରା ମଞ୍ଚ ପରିଚାଳନା କରିଥିଲେ। ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ଜଳେଶ୍ଵର ବିଧାୟକ ପ୍ରାଥି ବ୍ରଜମୋହନ ପ୍ରଧାନ ଯୋଗ ଦେଇ ସାରା ଦେଶରେ ମୋଦିଜୀଙ୍କ ସରକାର ର ଲହର ଚାଲିଛି । ମୋଦୀଙ୍କ କ୍ରେଜ୍ ଓ ମୋଦୀଙ୍କ ଗ୍ୟାରେଣ୍ଟି ସାମ୍ନାରେ ବିରୋଧୀ ଛାନିଆ। କୋଭିଡର କଡ଼ା ମୁକାବିଲା ସହିତ ମାଗଣା ଟିକା ବଣ୍ଟନ, ଦେଶର ଅର୍ଥନୈତିକ ବିକାଶ ସାଙ୍ଗକୁ ସାମରିକ କ୍ଷେତ୍ରରେ ଦେଶର ଉନ୍ନତି ପାଇଁ ଆଜି ଭାରତ ସାରା ବିଶ୍ବରେ ପରିଚିତ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନା ବିଷୟରେ ବଖାଣିବା ସହିତ, ଉଭୟ କଂଗ୍ରେସ ଓ ବିଜେଡି ସରକାରଙ୍କ ଜନମାରଣ ନୀତିକୁ କଡା ସମାଲୋଚନା କରି, ଦେଶ ଓ ରାଷ୍ଟ୍ରର ହିତ ପାଇଁ ଉଭୟ ସାଂସଦ ଓ ବିଧାୟକଙ୍କୁ ପଦ୍ମ ଚିହ୍ନରେ ମତଦାନ କରି ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ଆହ୍ବାନ ଦେଇ ଥିଲେ। ଏହି ଅବସରରେ ପାଉଁଶକୁଲି ସରପଞ୍ଚ ବିନ୍ଦୁ ବାଳା ସେନାପତି ତାଙ୍କ ସ୍ଵାମୀ ସମାଜ ସେବୀ ଶିଶିର ସେନାପତି ସମେତ ପାଉଁଶକୁଲି ପଞ୍ଚାୟତ ର ୱାର୍ଡ ସଭ୍ୟା ଦେବଜାନୀ ପାତ୍ର,ସୁକାନ୍ତି ମାହାର, ପୂର୍ବତନ ନାଏବ ସରପଞ୍ଚ ବରେନ୍ଦ୍ର ପରିଡ଼ା, ଲକ୍ଷ୍ମଣ ମୁର୍ମୁ, ଶିଶିର ସାହୁ, ଦୟାନିଧି ସାହୁ, ରବୀନ୍ଦ୍ର କରଣ, ଅରବିନ୍ଦ ପାତ୍ର, ଜଗବନ୍ଧୁ ପରିଡ଼ା, ରତ୍ନାକର ଦାସ, ଲିଙ୍କନ ସାହୁ, ଏବଂ କରୁଅ ପଞ୍ଚାୟତ ର ୱାର୍ଡ ସଭ୍ୟ ପଞ୍ଚାନନ ପାତ୍ର ମଧୁସୂଦନ ଦାସ ଙ୍କ ସହିତ ଆଖପାଖ ପଞ୍ଚାୟତ ରୁ ଶତାଧିକ କର୍ମୀ, ବିଜେଡି ଓ କଂଗ୍ରେସ ଦଳ ଛାଡି ଭାଜପାରେ ଯୋଗ ଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ପରମାନନ୍ଦ ମହାପାତ୍ର , ଜିଲ୍ଲା କାର୍ୟ୍ୟକାରୀଣି ସଦସ୍ୟ ବାସୁଦେବ ପଣ୍ଡା, ପୁଟୁରା ସରପଞ୍ଚ ରାଧାକୃଷ୍ଣ ବେହେରା, ସିଂଲା ସରପଞ୍ଚ ବିପିନ ବିଶ୍ଵାଳ, ସରୋଜ କୁମାର ପ୍ରଧାନ, ବିରଞ୍ଜନ ଦାସ ମହାପାତ୍ର, ଭାସ୍କର ଚନ୍ଦ୍ର ଘୋଷ, ମୃତ୍ୟୁଞ୍ଜୟ ବାରିକ୍, ମାଳତୀ ଦାସ, ପ୍ରମୁଖ ଉପସ୍ଥିତ ହୋଇ ନବାଗତ କର୍ମୀଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ।
ପାଉଁଶକୁଲିରେ ବିଜେପିର ମିଶ୍ରଣ ପର୍ବ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











