କୋଲକତା: ପଶ୍ଚିମବଙ୍ଗରେ ଭୟହ୍କର ଘୂର୍ଣ୍ଣିଝଡ । ଘୂର୍ଣ୍ଣିଝଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫୦ ଜଣ ଆହତ ହୋଇଛନ୍ତି । ଉତ୍ତର ପଶ୍ଚିମବଙ୍ଗ ଜଲପାଇଗଡି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି । ୫ ମିନିଟର ଘୂର୍ଣ୍ଣିଝଡରେ ପ୍ରାୟ ୮୦୦ ଘର ଭାଙ୍ଗିଥିବା ସୂଚନା । ଅନେକ ବିଦ୍ୟୁତ ଖୁଣ୍ଟ ଓ ଗଛ ଭାଙ୍ଗି ପଡ଼ିଛି । ଘଟଣାସ୍ଥଳକୁ ଯାଇ କ୍ଷତିଗ୍ରସ୍ତ ପରିବାରକୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଡାକ୍ତରଖାନା ଯାଇ ମଧ୍ୟ ଆହତଙ୍କୁ ଭେଟି ସ୍ୱାସ୍ଥାବସ୍ଥା ପଚାରି ବୁଝିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ସାନ୍ତ୍ୱନା ମୂଳକ ସହାୟତା ରାଶି ଓ ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଘୂର୍ଣ୍ଣିଝଡ଼ରେ ପ୍ରାଣ ହରାଇଥିବା ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।
Views: 75