ଭୁବନେଶ୍ୱର : ପଶ୍ଚିମବଙ୍ଗ ସରକାରଙ୍କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରିଙ୍କ ଚେତାବନୀ । ସୀମା ବିବାଦକୁ ନେଇ କଡା ଚେତାବନୀ ଦେଲେ ରାଜସ୍ୱ ମନ୍ତ୍ରୀ । ବାଲେଶ୍ୱର ଉଦୟପୁର ଓ ସହାବାଜିପୁରରେ ଅନୁପ୍ରବେଶନେଇ ତାଗିଦ । ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପଶ୍ଚିମବଙ୍ଗ ଅସଭ୍ୟ ସରକାର। ଆବଶ୍ୟକ ପଡ଼ିଲେ ପଶ୍ଚିମବଙ୍ଗକୁ ପାଠ ପଢ଼ାଇ ରାସ୍ତା ଦେଖାଇବ ଓଡ଼ିଶା। ବାଲେଶ୍ବର ଜିଲ୍ଲା ଉଦୟପୁର ଏବଂ ସହାବାଜିପୁରରେ ପଶ୍ଚିମବଙ୍ଗ ସରକାରର ରାଜସ୍ୱ ମନ୍ତ୍ରୀଙ୍କ ଅନୁପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀ ପ୍ରତିକ୍ରିୟା ଏଭଳି କହିଛନ୍ତି।ସେ କହିଛନ୍ତି, ରାଜ୍ୟରେ ସୀମାକୁ ନେଇ ଛତିଶଗଡ଼, ଝାରଖଣ୍ଡ ଏବଂ ପଶ୍ଚିମବଙ୍ଗ ସହିତ ଅଛି। ମୁଁ ଜିଲ୍ଲା ଗସ୍ତ କରି ଅଧିକାରୀଙ୍କ ସହ ଆଲୋଚନା କରିଛି। ଛତିଶଗଡ଼ ଏବଂ ଝାରଖଣ୍ଡ ସହ ବିଶେଷ ସମସ୍ୟା ନାହିଁ । କିନ୍ତୁ ଆଶ୍ଚର୍ୟ୍ୟ, ଓଡ଼ିଶା ଗଠନରୁ ଆଜି ଯାଏଁ ବାଲେଶ୍ଵରରେ ସୀମା ଚିହ୍ନଟ ହୋଇନାହିଁ। ରାଜସ୍ବ ବିଭାଗ ପଶ୍ଚିମ ବଙ୍ଗ ସରକାରଙ୍କ ସହ ଅଛି। ସହାର୍ଦ୍ଧଧ୍ୟ୍ୟ ପୂର୍ଣ୍ଣ ବାତାବରଣ ଭିତରେ ସୀମା ଚିହ୍ନଟ ହେବ। ଆଲୋଚନା ଆରମ୍ଭ ହେଲାଣି। ପଶ୍ଚିମବଙ୍ଗ ରାଜସ୍ବ ଅଧିକାରୀ ସହ ଓଡ଼ିଶାର ରାଜସ୍ବ ଅଧିକାରୀ ଫିଲଡ ଭିଜିଟ କରି ସୀମା ଚିହ୍ନଟ ହେବ।
ପଶ୍ଚିମବଙ୍ଗକୁ ରାଜସ୍ୱ ମନ୍ତ୍ରୀଙ୍କ ଚେତାବନୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ପରଲୋକରେ ଅଭିନେତ୍ରୀ ଶେଫାଳୀ ଜରିୱ୍ୱାଲା
ମୁମ୍ବାଇ : ଅଭିନେତ୍ରୀ ଶେଫାଳୀଙ୍କ ପରଲୋକ । ୪୨ ବର୍ଷ ବୟସରେ ଦେହ ତ୍ୟାଗ କରିଛନ୍ତି ଶେଫାଳୀ । ତାଙ୍କ ମୃତ୍ୟୁ ସମ୍ପର୍କରେ ଅନେକ ଗଣମାଧ୍ୟମ ରିପୋର୍ଟ...
ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ
ଗଞ୍ଜାମ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା । ଏକକାଳୀନ ୭ ଟି ସ୍ଥାନରେ ଚାଲିଛି...
ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଲା କାର
ଖୋର୍ଦ୍ଧା : ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ଗଛକୁ ଧକ୍କା ଦେଇ ୨୦ ଫୁଟ ତଳକୁ ଖସିଲା କାର । ଫଳରେ ୫ ଜଣ ଯାତ୍ରୀ...
ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାରେ ସାମିଲ ହେବା ପାଇଁ ପହଁଚିଲେ ଗୈାତମ ଆଦାନୀ
ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ । ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ସେ ପୁରୀ ବାହାରିଛନ୍ତି । ମହାକୁମ୍ଭ...