ପର୍ଥ : ପର୍ଥ ଟେଷ୍ଟରେ ଭାରତର ବଡ ବିଜୟ । ଅଷ୍ଟ୍ରେଲିଆକୁ ୨୯୫ ରନରେ ହରାଇଲା ଭାରତ । ଭାରତ-ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ୫ ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲାରେ ଭାରତ ବାଜିମାତ୍ କରିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୫୩୪ ରନର ବିଶାଳ ବିଜୟ ଲକ୍ଷ୍ୟ ଛିଡା କରିଥିଲା । ଯାହାକୁ ପୂରଣ କରିବା ଅସମ୍ଭବ ଥିଲା । ଏହି ବିଜୟ ସହ ଭାରତ ୧-୦ରେ ଆଗୁଆ ରହିଛି । ସିରିଜର ଦ୍ୱିତୀୟ ମ୍ୟାଚ ୬ ଡିସମ୍ବେରକୁ ଏଡିଲେଡରେ ଖେଳାଯିବ ।
ଏହି ମ୍ୟାଚରେ ଭାରତ ପ୍ରଥମ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ମାତ୍ର ୧୫୦ରନରେ ଦଳ ଅଲଆଉଟ୍ ହୋଇଯାଇଥିଲା । ଏହାପରେ ଅଷ୍ଟ୍ରେଲିଆ ବି ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ବୁମରାଙ୍କ ଧୂଆଁଧାର ବୋଲିଂରେ ଧରାଶାୟୀ ହୋଇଯାଇଥିଲା କଙ୍ଗାରୁ ଦଳ । ପ୍ରଥମ ଇଂନିସରେ ଅଷ୍ଟ୍ରେଲିଆ ମାତ୍ର ୧୦୪ ରନରେ ଅଲ ଆଉଟ ହୋଇଯାଇଥିଲା ।
ଭାରତ ତାର ଦ୍ୱିତୀୟ ଇଂନିସରେ କିନ୍ତୁ ଆଉ ଭୁଲ କରିନଥିଲା । ଦଳ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ, କେଏଲ ରାହୁଲ ଓ ବିରାଟ କୋହଲି ଧୂଆଁଧାର ବ୍ୟାଟିଂ କରିଥିଲେ । ଜୟସ୍ୱାଲ ୧୬୧ ଓ କୋହଲି ୧୦୦ ରନ କରି ଶତକ ହାସଲ କରିଥିଲେ । ଫଳରେ ଦଳ ୪୮୭ ରନ କରି କଙ୍ଗାରୁ ଦଳକୁ ୫୩୪ ରନର ବିଶାଳ ଟାର୍ଗେଟ ଦେଇଥିଲା । ହେଲେ ଅଷ୍ଟ୍ରେଲିଆ ଦଳ ଏହାକୁ ପୂରଣ କରିପାରିନଥିଲା । ଫଳରେ ବଡ଼ ପରାଜୟ ସାମ୍ନା କରିଛି।
ପର୍ଥରେ ଭାରତର ବଡ ବିଜୟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











