ନୟାଗଡ଼ : ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣାରେ ଆସିଛି ଚୂଡାନ୍ତ ରାୟ । ପରୀ ହତ୍ୟାକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ନୟାଗଡ଼ ଚିଲ୍ଡ୍ରେନ୍ କୋର୍ଟ ଏହି ମାମଲାରେ ରାୟ ଶୁଣାଇଛନ୍ତି । ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୬ ହଜାର ଟଙ୍କା ଜରିମାନା ଦେବେ ହତ୍ୟାକାରୀ । କୋର୍ଟଙ୍କ ରାୟ ଆସିବା ପରେ ସରକାରୀ ଓକିଲ ପ୍ରତିକ୍ରିୟା ଦେଇ କହିଛନ୍ତି, ଦୋଷୀ ସାବାଳକ ହୋଇଥିଲେ ମୃତ୍ୟୁଦଣ୍ଡ ମିଳିଥାନ୍ତା । ୨୦୨୦ ମସିହା ଜୁଲାଇ ୧୪ରେ ଘର ଅଗଣାରୁ ୫ ବର୍ଷର ଝିଅ ପରୀ ନିଖୋଜ ହୋଇଯାଇଥିଲା । ନିଖୋଜ ହେବାର ୧୦ ଦିନ ପରେ ଘର ନିକଟସ୍ଥ ପୋଖରୀରୁ ଏକ ବସ୍ତା ଭିତରୁ ପରୀର ଦେହାବଶେଷ ଉଦ୍ଧାର କରାଯାଇଥିଲା । କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଭାର ନେଇଥିଲା । ଏପରିକି ଏହି ଘଟଣା ପାଇଁ ଏସଆଇଟି ମଧ୍ୟ ଗଠନ କରାଯାଇଥିଲା । ବିଭିନ୍ନ ଦିଗକୁ ତର୍ଜମା କରିବା ସହ ପାରିପାଶ୍ୱିର୍କ ସ୍ଥିତିକୁ ଦେଖିବା ପରେ ଅଭିଯୁକ୍ତଙ୍କୁ ଠାବ କରିବାରେ ସଫଳ ହୋଇଥିଲା କ୍ରାଇମବ୍ରାଞ୍ଚ । ୩୧ ଜଣ ସାକ୍ଷୀ ଓ ୧୩୫ଟି ଦସ୍ତାବିଜ ଏବଂ ୧୮ଟି ପ୍ରମାଣକୁ ଭିତ୍ତିକରି ହତ୍ୟା ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ଦେଇଛନ୍ତି କୋର୍ଟ ।
ପରୀ ହତ୍ୟାକାଣ୍ଡ ରାୟ; ୨୦ ବର୍ଷ କାରାଦଣ୍ଡ

Facebook
Twitter
LinkedIn
Facebook
Twitter
LinkedIn
Recent News
କୋଲକତାରେ ଲଜ୍ଜା ; ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ !
କୋଲକତା : କୋଲକତାରେ ଲଜ୍ଜା । ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ପ୍ରତିଷ୍ଠିତ କୋଲକତାର ଲ କଲେଜରେ ଘଟିଛି ଅମାନୁଷିକ କାଣ୍ଡ । ଯାହାକି ଚାଞ୍ଚଲ୍ୟ...
ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି, ଭକ୍ତଙ୍କ ଅପେକ୍ଷା ରଥ ଟାଣିବା ପାଇଁ
ପୁରୀ : ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୫ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଛି। ବଡ଼ଦାଣ୍ଡରେ ଗହଳି ବଢ଼ିଛି। ପବିତ୍ର ରଥଯାତ୍ରା ଅବସରରେ ଆଜି ପୁରୀ ସହରକୁ ଲକ୍ଷଲକ୍ଷ...
ସୈାରଭ ଗାଙ୍ଗୁଲିଙ୍କ ବାୟୋପିକରେ ନଜର ଆସିବେ ରାଜକୁମାର
ମୁମ୍ବାଇ : କ୍ରିକେଟର ସୈାରଭ ଗାଙ୍ଗୁଲିଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେବ ବାୟୋପିକ । ଏହି ଫିଲ୍ମର ଲିଡରେ ନଜର ଆସିବେ ଅଭିନେକା ରାଜକୁମାର ରାଓ ।...
ଦିଲ୍ଲୀରେ ଚାଲିପାରିବନି ଆଉ ପୁରୁଣା ଗାଡି , ଆସନ୍ତା ୧ରୁ ମିଳିବନି ପେଟ୍ରୋଲ
ନୂଆଦିଲ୍ଲୀ : ଆଉ ରାସ୍ତାରେ ଗଡ଼ିବନି ପୁରୁଣା ଗାଡ଼ି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ୧୦ ବର୍ଷ ପୁରୁଣା ଡିଜେଲ ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ...