ଭୁବନେଶ୍ୱର : ବାରମ୍ବାର ପରୀକ୍ଷା ବାତିଲକୁ ନେଇ ଜୋର ଧରିଲା ରାଜନୀତି । ରାଜ୍ୟ ସରକାରଙ୍କୁ ଘେରିଲେ ବିଜେଡି ଓ କଂଗ୍ରେସ । ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ପ୍ରତିକ୍ରିୟା । ଅନ୍ଧାରକୁ ଠେଲି ହୋଇ ଯାଉଛି ମେଧାବୀ ପିଲାଙ୍କ ଭବିଷ୍ୟତ । ସରକାରୀ ପରୀକ୍ଷା ପରିଚାଳନାରେ ବାରମ୍ବାର ବିଭ୍ରାଟ ଘଟୁଛି । ୧୮ ମାସରେ ୧୮ ସରକାରୀ ପରୀକ୍ଷାରେ ଅନିୟମିତତା ହେଲାଣି । ସରକାର ଯୁବପିଢିଙ୍କ ଭବିଷ୍ୟତକୁ ନେଇ ଗୁରୁତ୍ୱ ଦେଉନାହାନ୍ତି । କଂଗ୍ରେସ ବିଧାୟକ ପବିତ୍ର ସାଉନ୍ତା ବି ଏ ନେଇ ପ୍ରତିକ୍ରିୟା ରଖିଛନ୍ତି । ସରକାରଙ୍କ ଅପାରଗତା ଦିନକୁ ଦିନ ପ୍ରମାଣିତ ହେଉଛି । ଆଶାୟୀ ଚାକିରିଆଙ୍କ ସହ ଏପରି ଖେଳ ନ ଖେଳନ୍ତୁ ସରକାର । ଛାତ୍ରଛାତ୍ରୀ ତାତିଲେ ସରକାର କିଛି କରିପାରିବେ ନାହିଁ ।
ଅନ୍ୟପଟେ ନବୀନଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ଅଶ୍ୱିନୀ ଷଡଙ୍ଗୀ । କହିଛନ୍ତି ବିଜେଡି ସମୟରେ ପରୀକ୍ଷା ଅନିୟମିତତା ହେଉଥିଲା । ସେହିପରି ପରୀକ୍ଷା ହେଉ ବୋଲି ବୋଧେ ନବୀନ ପଟ୍ଟନାୟକ ଚାହୁଁଛନ୍ତି । ବିଜେଡି ଭବିଷ୍ୟତ ଅନ୍ଧକାରକୁ ନେଇ ଚିନ୍ତିତ ନବୀନ ।
ପରୀକ୍ଷା ବାତିଲକୁ ନେଇ ତେଜିଲା ରାଜନୀତି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











