The Ultimate Managed Hosting Platform
ADVERTISEMENT

ପରିବା ବେପାରୀଙ୍କ ଆନ୍ଦୋଳନ ସ୍ଥଗିତ

Facebook
Twitter
LinkedIn

ଭୁବନେଶ୍ୱର : କଞ୍ଚା ପରିବା ବ୍ୟବସାୟୀଙ୍କ ଆନ୍ଦୋଳନ ସ୍ଥଗିତ । ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ସ୍ଥଗିତ । ମଧ୍ୟ ବିଧାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠଳରେ ନିଷ୍ପତ୍ତି । ଆନ୍ଦୋଳନ ସ୍ଥଗିତ ନେଇ କଞ୍ଚା ପରିବା ବ୍ୟବସାୟୀ ସଂଘ ସଭାପତିଙ୍କ ସୂଚନା । ରାସ୍ତା ଜାମ୍ ଯୋଗୁଁ ୧ ନଂ ହାଟ ଭିତରକୁ ପରିବା ଟ୍ରକ ଆସି ପାରୁ ନ ଥିଲା । ଅଭିଯୋଗ ସତ୍ତ୍ୱେ ପ୍ରଶାସନ ନ ଶୁଣିବାରୁ ଆନ୍ଦୋଳନ ନିଷ୍ପତ୍ତି ନେଇଥିଲା ସଂଘ । ମହାସଂଘ କରିଥିବା ସମସ୍ତ ଦାବି ଲକ୍ଷ୍ମୀ ପୂଜା ପୂର୍ବରୁ ପୂରଣ ହେବ ବୋଲି ବିଏମ୍ସି ପ୍ରତିଶ୍ରୁତି ଦେଇଛି । ଖୁବ ଶୀଘ୍ର ବିଏମ୍ସି କମିସନର ମଧ୍ୟ ଏନେଇ ଆଲୋଚନା କରିବେ ଓ ଲିଖିତ ପ୍ରତିଶ୍ରୁତି ଦେବ ବୋଲି ସେ କହିଛନ୍ତି।ସୂଚନା ଯୋଗ୍ୟ ଏସବିଆଇ କଡ଼ରେ ଥିବା ରାସ୍ତାକୁ ଅବରୋଧ ୟୁନିଟ ୧ ଦୁର୍ଗାପୂଜା କମିଟି ପକ୍ଷରୁ କରାଯାଇଛି ବୋଲି ଅଭିଯୋଗ କରିଛି ମହାଜନ ସଂଘ । ଏହାସହ ଏହି ରାସ୍ତା କଡରେ ଥିବା ପ୍ଲାଷ୍ଟିକ୍ ବଜାରକୁ ଉଛେଦ କରିବା ପାଇଁ ମଧ୍ୟ ଦାବି କରିଥିଲା ସଂଘ । ଏହାଛଡ଼ା ଭଗବାନପୁରରେ ଥିବା ୧୦ ଏକର ଜମି ଯୋଗାଇଦେବାକୁ ସଂଘ ଦାବି କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login