ଭୁବନେଶ୍ୱର : ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ । ମୃତ ଘୋଷଣା କଲେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ । ମୃତ ଅବସ୍ଥାରେ ହସ୍ପିଟାଲ ଅଣା ଯାଇଥିଲା ବୋଲି କହିଛନ୍ତି କର୍ତ୍ତୃପକ୍ଷ । ନିୟମ ଅନୁସାରେ ପୋଷ୍ଟମର୍ଟମ ବିଜୟ ମହାନ୍ତିଙ୍କ କରାଯିବ ବୋଲି ସୂଚନା ଦେଇଛନ୍ତି । ଏମଏଲଏ କଲୋନୀ ଗେଷ୍ଟ ହାଉସରୁ ପୂର୍ବତନ ବିଧାୟକଙ୍କ ମୃତଶରୀର ମିଳିଛି । କେଉଁ ସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି ତାହାର ତଥ୍ୟ ଏପର୍ୟ୍ୟନ୍ତ ଜଣାପଡି ନାହିଁ । ବିଜୟ ମହାନ୍ତିଙ୍କ ଶେଷ ଦର୍ଶନ କରିବାକୁ ଗେଷ୍ଟ ହାଉସରେ ପହଞ୍ଚିଛନ୍ତି ବିଜେଡି ଏବଂ ବିଜେପି ବିଧାୟକ। ବିଜୟ କୁମାର ମହାନ୍ତି ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ୟ୍ୟ କରୁଥିଲେ । ସେ ବିଧାନ ସଭାରେ ବିଧାୟକ ଭାବରେ ଦୁଇ ଥର କାର୍ୟ୍ୟ କରିଛନ୍ତି । ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭୁବନେଶ୍ୱର ସେଣ୍ଟ୍ରାଲ (ମଧ୍ୟ) ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓ ୧୫ଶ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
Views: 92











