The Ultimate Managed Hosting Platform
ADVERTISEMENT

ପରଲାକରେ ବିଶିଷ୍ଟ କବି ଜୟନ୍ତ ମହାପାତ୍ର, ଆଜି ହେବ ଶେଷକୃତ

Facebook
Twitter
LinkedIn

ଭୁବନେଶ୍ୱର : ଏକ ଯୁଗର ଅବସାନ ହେଲା । ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କ ଗତକାଲି ପରଲୋକ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବି ମେଡିକାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଗତ କିଛି ଦିନ ଧରି ଅସୁସ୍ଥ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା। ପ୍ରଥମ ଭାରତୀୟ ଭାବେ ଇଂରାଜୀ କବିତା ପାଇଁ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ। ଜଣେ ଅନ୍ତର୍ଜାତୀୟ କବି ଭାବରେ ସେ ବେଶ ଖ୍ୟାତି ଲାଭ କରିଥିଲେ। ଖାନନଗର ଶ୍ମଶାନରେ ଆଜି ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ । ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହେବ।
ତାଙ୍କ ଲିଖିତ ଇଂରାଜୀ କବିତା ପୁସ୍ତକ ଇଣ୍ଡିଆନ ସମର ଓ ହଙ୍ଗର ଆଧୁନିକ ଭାରତର ଇଂରାଜୀ ସାହିତ୍ୟର ଶ୍ରେଷ୍ଠ ପୁସ୍ତକ ଭାବେ ବିବେଚିତ ହୋଇଛି। ଓଡିଆ କବିତାରେ ଅସାଧାରଣ ସାହିତ୍ୟ ରଚନା କରି ବାଣୀଭଣ୍ଡାରକୁ ସମୃଦ୍ଧ କରିଛନ୍ତି। ଓଡ଼ିଆ ଭାଷାରେ ବଳୀ, କହିବେ ଗୋଟିଏ କଥା, ବାୟା ରାଜା, ଟିକିଏ ଛାଇ, ଚାଲି, ଯଦିବା ଗପଟିଏ, ସ୍ମୃତି ପରି କିଛିଟି ଆଦି ପୁସ୍ତକ ରଚନା କରିଛନ୍ତି। ୨୦୦୯ରେ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ୨୭ରୁ ଅଧିକ ପୁସ୍ତକ ରଚନା କରିଛନ୍ତି। ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login