ମାଲକାନଗିରି : ପନିର ଖାଇ ୨୨ ଅସୁସ୍ଥ । ସେମାନଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୩ ରୁ ୪ ଜଣ ବର୍ତ୍ତମାନ ସୁସ୍ଥ ଥିବା ବେଳେ ଏବେ ମଧ୍ୟ ୧୭ ରୁ ୧୮ ଜଣ ଚିକିତ୍ସାଧୀନ ଅଛନ୍ତି ।ମାଲକାନଗିରି ଜିଲ୍ଲା ସଦର ମହକୁମା ଜୟପୁରିୟା ଗୁଡ଼ା କଲୋନୀ ଠାରେ ବିଷାକ୍ତ ପନିର ଖାଇ ଗୋଟିଏ ପରିବାରର ଅସୁସ୍ଥ ହୋଇ ପଡିଥିବା ଅଭିଯୋଗ ହୋଇଛି । ଗତ ଏଗାର ତାରିଖ ଦିନ ମାଲକାନଗିରି ସହରରେ ବଡ଼ଠାକୁରଙ୍କ ଯାତ୍ରା ପର୍ବ ଚାଲୁଥିଲା। ଜୟପୁରିୟା ଗୁଡ଼ା ସ୍ଥିତ କୋପେ ପରିବାରଙ୍କ ଘରେ, ବଡ଼ଯାତ୍ରାକୁ ଦେଖିବାକୁ ସଂପର୍କୀୟ ଆସିଥିଲେ। ସମସ୍ତଙ୍କ ପାଇଁ ମାଲକାନଗିରି ସ୍ଥିତ ସୁବାଷ ଛକ ସ୍ଥିତ ଏକ ଓମଫେଡ ଦୋକାନରୁ ପନିର ଆଣି ରୋଷେଇ କରାଯାଇଥିଲା। ସମସ୍ତେ ପନିର ଖାଇ ଅସୁସ୍ଥ ହୋଇ ପଡିଥିଲେ। କାହାର ବାନ୍ତି ତ ଆଉ କାହାର ପେଟ ବ୍ୟଥା ହୋଇଥିଲା। ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଡାକ୍ତର ପ୍ରଫୁଲ୍ଲ କୁମାର ବେହେରା କହିଛନ୍ତି। କାହିଁକି ପନିର ଖାଇ ଏଭଳି ଘଟଣା ଘଟିଛି ତାହା ଏପର୍ୟ୍ୟନ୍ତ ଅସ୍ପଷ୍ଟ ରହିଛି।
ପନିର ଖାଇ ୨୨ ଜଣ ଅସୁସ୍ଥ

Facebook
Twitter
LinkedIn
Facebook
Twitter
LinkedIn
Recent News
ଭାରତର ୬ଟି କମ୍ପାନୀକୁ ବ୍ୟାନ କଲା ଆମେରିକା
ନୂଆଦିଲ୍ଲୀ : ଭାରତକୁ ଆଉ ଏକ ଝଟକା । ଆମେରିକାର ବ୍ୟାନ ଭାରତ ଉପରେ ପକାଇଛି ମହଙ୍ଗା । ୬ଟି ଭାରତୀୟ ପେଟ୍ରୋଲିୟମ୍ କମ୍ପାନି ଉପରେ ପ୍ରତିବନ୍ଧକ...
ନୈାସେନାର ଏଫ-୩୫ ଫାଇଟର ଜେଟ ଦୁର୍ଘଟଣାଗ୍ରସ୍ତ
ଆମେରିକା : ଆମେରିକାରେ ନୌସେନାର ଏଫ-୩୫ ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ । କେନ୍ଦ୍ରୀୟ କାଲିଫର୍ଣ୍ଣିଆର ନାଭାଲ ଏୟାର ଷ୍ଟେସନ ଲିମୋର ନିକଟରେ ଏହି ଦୁର୍ଘଟଣା ହୋଇଛି ।...
ଆମେରିକାର ଟାରଫ ବୃଦ୍ଧି : ଭାରତ ପାଇଁ ଝଟକା
ନୂଆଦିଲ୍ଲୀ : ଆମେରିକାର ଟାରିଫ ବୃଦ୍ଧି । ଭାରତ ପାଇଁ ପଡିଛି ମହଙ୍ଗା । ୨୫ ପ୍ରତିଶତ ଟାରିଫ କଷିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।...
ଜୟପୁରରୁ ସୁଭଦ୍ରା ୩ୟ କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ୯ ତାରିଖରେ ଜୟପୁରରୁ ସୁଭଦ୍ରା ତୃତୀୟ କିସ୍ତି ଅର୍ଥ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । କୋଟିଏରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କୁ ଏକକାଳୀନ ଯିବ ସୁଭଦ୍ରା ଅର୍ଥ ।...