The Ultimate Managed Hosting Platform
ADVERTISEMENT

ପଦ୍ମ ଧରିବେ ପ୍ରଶାନ୍ତ !

Facebook
Twitter
LinkedIn

ଭୁବନେଶ୍ୱର : ବିଜେପିରେ ଯୋଗ ଦେଇପାରନ୍ତି ପ୍ରଶାନ୍ତ ଜଗଦେ୍ଦବ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେ୍ଦବଙ୍କୁ ନେଇ ଚର୍ଚ୍ଚା । ଆଜି ବିଜେପିରେ ପ୍ରଶାନ୍ତ ଯୋଗ ଦେବା ନେଇ ଚର୍ଚ୍ଚା । ଆଜି ଅପରାହ୍ନରେ ପ୍ରଶାନ୍ତ ଯୋଗଦେଉଥିବା ଆଲୋଚନା । ଉଲ୍ଲେଖ ଥାଉ କି କିଛିଦିନ ତଳେ ବିଜେଡି ସାଂସଦ ସସ୍ମିତ ପାତ୍ର ବି ଏଭଳି କିଛି ଇଙ୍ଗିତ ଦେଇଥିଲେ । ସେ କହିଥିଲେ ଯେ ଚିଲିକାର ତତ୍କାଳୀନ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପିର ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ୨୦୨୧ ସେପ୍ଟେମ୍ବରରେ ବାଲୁଗାଁଠାରେ ଆକ୍ରମଣ କରିଥିଲେ। ଶ୍ରୀ ଜଗଦେବଙ୍କୁ ତୁରନ୍ତ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳରୁ ନିଲମ୍ବନ କରିଥିଲେ। ପରେ ବିଜେଡି ସଭାପତି ତାଙ୍କୁ ଦଳରୁ ବହିଷ୍କାର କରିଥିଲେ। କାରଣ ମୁଖ୍ୟମନ୍ତ୍ରୀ ଗୁଣ୍ଡାଗର୍ଦ୍ଦି ଉପରେ ବିଶ୍ୱାସ କରନ୍ତି ନାହିଁ। ତେବେ ସେହି ଶ୍ରୀ ଜଗଦେବଙ୍କୁ ଫୁଲମାଳ ପିନ୍ଧାଯିବା ସହିତ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଆଶୀର୍ବାଦ ଓ ନିୟମିତ ବୈଠକ ଯୋଗୁଁ ବିଜେପିରେ ଯୋଗ ଦେବାକୁ ପ୍ରସ୍ତୁତ ଅଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login