ସମ୍ବଲପୁର: ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ସାକ୍ଷାତ କଲେ ପ୍ରଣବ ଓ ରୋହିତ । ବିଶିଷ୍ଟ ସଙ୍ଗୀତ ସାଧକ, ଗୀତିକାର, କବି ତଥା ନାଟ୍ୟକାର ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଭେଟିଛନ୍ତି ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀ । ଆଜି ସକାଳେ ଉଭୟେ ଶ୍ରୀ ଦାସ ଓ ଶ୍ରୀ ପୂଜାରୀ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ଘରକୁ ଯାଇ ତାଙ୍କୁ ଭେଟିବା ସହିତ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ପ୍ରଣବ ପ୍ରକାଶ। ତାଙ୍କର ଜୀବନବ୍ୟାପୀ ସାଧନାକୁ ପ୍ରଣାମ କରିବା ସହିତ ଭାଷା ସାହିତ୍ୟ ପାଇଁ ତାଙ୍କର ଅବଦାନ ଚୀରସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ।
Views: 92











