ଭୁବନେଶ୍ୱର : ସୈାମ୍ୟ ପଟ୍ଟନାୟକଙ୍କ ଉପରେ ବିଜେଡିର ବଡ ଆକ୍ସନ । ବିଜେଡି ବିରୁଦ୍ଧରେ ମନ୍ତବ୍ୟ ଦେବା ସୈାମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଭାରି ପଡିଛି । ଆଜି ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୈାମ୍ୟଙ୍କୁ ଦଳୀୟ ଉପସଭାପତି ପଦରୁ ହଟାଗଲା । ଉପସଭାପତି ପଦରୁ ହଟାଇଲେ ସଭାପତି ନବୀନ । ଏ ନେଇ ବିଜେଡି ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ନିଜର ଆଲେଖ୍ୟ ଓ ବକ୍ତବ୍ୟ ପାଇଁ ଚର୍ଚ୍ଚାରେ ଥିଲେ ସୈାମ୍ୟ । ଦଳ ଓ ସାସନ ନେଇ ପ୍ରଶ୍ନ ଉଠାଇଥିଲେ ବିଧାୟକ ସୈାମ୍ୟ ।
Views: 89