ନୂଆଦିଲ୍ଲୀ : ଧସିଲା ପଥର ଖଣି । ୨ ଜଣଙ୍କର ଗଲାଣି ଜୀବନ । ୧୫ରୁ ଅଧିକ ଜଣ ଫସିିଥିବା ସୂଚନା ରହିଛି । ଉତ୍ତରପ୍ରଦେଶ ସୋନଭଦ୍ର ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ ଓ ଏସଡିଆରଏଫ ଟିମ ପହଁଚିଛନ୍ତି । ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯିବ ବୋଲି କହିଛନ୍ତି ମନିତ୍ରୀ ସଞ୍ଜୀବ ଗଣ୍ଡ । ସେପଟେ ଘଟଣା ବାବଦରେ ଟିକିନିଖି ତଥ୍ୟ ନେବା ସହିତ ସୁରକ୍ଷିତ ଭାବେ କିଭଳି ଶ୍ରମିକଙ୍କୁ ଉଦ୍ଧାର କରାଯିବ, ସେନେଇ ଚେଷ୍ଟା ଚାଲିଥିବା କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
Views: 23











