କେନ୍ଦ୍ରାପଡା : କେନ୍ଦ୍ରାପଡାରେ ପଞ୍ଚୁଦୋଳ ଦିନ ଘଟିଯାଇଛି ଅଘଟଣ । ହୋଲି ଖେଳିସାରି ଗାଧୋଇବାକୁ ଯାଇ ବ୍ରାହ୍ମଣୀ ନଦୀରେ ବୁଡିଗଲେ ଘାଗରା ଗାଁର ସୌଭାଗ୍ୟ ପରିଡା । ସାଙ୍ଗରେ ଗାଧୋଇ ଯାଇଥିବା କିଛି ବନ୍ଧୁ ସୌଭାଗ୍ୟଙ୍କୁ ରକ୍ଷା କରି ପାରିଲେନି । କିଛି ସମୟ ପରେ ନଦୀ ଭିତରୁ ସୌଭାଗ୍ୟଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ପରିବାର ଲୋକେ ଏଭଳି ଦୁଃଖଦାୟୀ ସମୟରେ ମଧ୍ୟ ମହତ କାମ କରିବାକୁ ପଛାଇନାହାନ୍ତି । ପରିବାର ଲୋକେ ଶେଷ ମୁହୂର୍ତ୍ତରେ ସୌଭାଗ୍ୟଙ୍କ ଚକ୍ଷୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଗଲା । ପୁଅକୁ ତ ହରାଇଲେ କିନ୍ତୁ ଏବେ ପୁଅ ଆଖିରେ ଆଉ ଜଣେ ନୂଆ ଦୁନିଆ ଦେଖିବ । ନିକିରାଇ ଥାନା ଅନ୍ତର୍ଗତ କୁତରଙ୍ଗ ଗାଁର ଚନ୍ଦନ ସ୍ଵାଇଁ । ହୋଲି ଖେଳିସାରି ଘରପାଖ ପୋଖରିକୁ ଗାଧୋଇବା ପାଇଁ ଯାଇଥିଲେ । ପୋଖରୀକୁ ଡେଇଁ ଗାଧେଇବା ସମୟରେ ପଙ୍କରେ ଗୋଡ ଲାଗି ଯାଇଥିଲା । ଦେଖୁ ଦେଖୁ ପାଣିରେ ବୁଡିଗଲେ ଚନ୍ଦନ । ଯେଉଁ ପୋଖରୀରେ ପହଁରା ଅଭ୍ୟାସ କରି ପୋଲିସ ଚାକିରୀ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ସେହି ପୋଖରୀରେ ଜୀବନ ଚାଲିଗଲା ଚନ୍ଦନଙ୍କର । ଖୋଜାଖୋଜି କରି ଉପରକୁ ଆଣିବା ବେଳକୁ ଶରୀରରେ ଆଉ ପ୍ରାଣ ନାହିଁ ।
ପଞ୍ଚୁଦୋଳରେ ଅଘଟଣ, ଗାଧୋଇବାକୁ ଯାଇ ଆଉ ଫେରିଲେନି ଦୁଇ ପୁଅ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











