ଜଗତସିଂହପୁର : ପିତେଇପୁର ଗ୍ରାମପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ କନକଦୁର୍ଗା ସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବ୍ଲକ୍ ଉପାଧ୍ୟକ୍ଷ ରତିରଞ୍ଜନ ବେହେରା ଯୋଗ ଦେଇଥିବା ବେଳ ସମ୍ମାନିତ ଅତିଥି ଭାବେ ଉକ୍ତ ପଞ୍ଚାୟତ ର ସରପଞ୍ଚ ତୋଫା ଅର ବେଗମ ,ସମିତି ସଭ୍ୟ ହିମାଂଶୁ ଭୂଷଣ ପରିଡା, ପଞ୍ଚାୟତ ର ପିଓ ସନ୍ତୋଷ କୁମାର ଜେନା, ନାୟବ ସରପଞ୍ଚ ମନୋରଞ୍ଜନ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ମାନ୍ୟଗଣ ଅତିଥି ମାନଙ୍କ ଦ୍ୱାର ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇ କାର୍ୟ୍ୟକ୍ରମ ଆରମ୍ଭ କରାଯାଇ ଥିଲା କ୍ଷ ଏହି କାର୍ୟ୍ୟକ୍ରମରେ ଅତିଥିମାନେ ରାଜ୍ୟ ସରକାରଙ୍କର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଉପସ୍ଥିତ ଲୋକମାନଙ୍କୁ ସୂଚନା ଦେବା ସହ ରାଜ୍ୟ ସରକାର ସବୁବେଳେ ଲୋକଙ୍କ ସ୍ୱାର୍ଥକୁ ନଜର ରଖି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି କହିଥିଲେ। ଅନ୍ୟପଟେ ସରକାର ଙ୍କପଞ୍ଚାୟତ ରେ ବିଭିନ୍ନ କାର୍ୟ୍ୟକାରୀ ହେଉଥିବା ପ୍ରକଳ୍ପ ସମ୍ବନ୍ଧରେ ଉପସ୍ଥିତ ଜନସାଧାରଣ ମାନଙ୍କୁ ଅତିଥି ମାନେ ଅବଗତ କରାଇଥିଲେ ।
ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











