The Ultimate Managed Hosting Platform
ADVERTISEMENT

ପଞ୍ଚାୟତ ନିର୍ବାଚନ ୩ୟ ପର୍ଯ୍ୟାୟ ପାଇଁ ୧୮,୪୯୫ ବୁଥରେ ମତଦାନ

Facebook
Twitter
LinkedIn

ଭୁବନେଶ୍ୱର : ଆଜି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ । ତେବେ ମତଦାନ ପ୍ରାରମ୍ଭ ହୋଇଯାଇଛି । ଆଜି ସକାଳ ୭ଟାରୁ ରାଜ୍ୟର ୨୯ଟି ଜିଲ୍ଲାର ୬୩ଟି ବ୍ଲକର ୧୭୧ଟି ଜିଲ୍ଲା ପରିଷଦ ଜୋନ୍ରେ ଭୋଟ ଗ୍ରହଣ କରାଯାଉଛି, ଯେଉଁଥିରେ କି ୧୩୮୨ଟି ଗ୍ରାମପଞ୍ଚାୟତ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୱାର୍ଡମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏହି ୩ୟ ପର୍ଯ୍ୟାୟର ଭୋଟିଂ ପାଇଁ ୧୮ ହଜାର ୪୯୫ଟି ବୁଥର ବ୍ୟବସ୍ଥା କରାଯାଇଛି । ଏଥି ମଧ୍ୟରୁ ୨୭୭୩ଟି ସମ୍ବେଦନଶୀଳ ବୁଥ ଅଛି । ତେବେ ମୋଟ ୫୬ ଲକ୍ଷ ୫୩ ହଜାର ୪୦୫ ଜଣ ମତଦାତା ସେମାନଙ୍କର ଅଧିକାର ସାବ୍ୟସ୍ତ କରୁଛନ୍ତି । ମତଦାନ ଅପରାହ୍ନ ୧ଟା ପର୍ଯ୍ୟାୟ ଜାରି ରହିଥିଲା ।
ତେବେ ଗତ ୧୬ ତାରିଖରେ ପ୍ରଥମ ଓ ୧୮ରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ୪୫ଟି ମତଦାନ କେନ୍ଦ୍ରରେ ବିଭ୍ରାଟ ଦେଖାଯାଇଥିଲା । ଯେଉଁ ସ୍ଥାନଗୁଡ଼ିକରେ ଭୋଟିଂ ରେ କୌଣସି ପ୍ରକାର ବାଧାପ୍ରାପ୍ତ ହୋଇଥିଲା, ସେହି ସ୍ଥାନ ଗୁଡ଼ିକରେ ଆଗାମୀ ୨୩ ତାରିଖରେ ସକାଳ ୯ଟାରୁ ଦିନ ୩ଟା ଯାଏଁ ଭୋଟିଂ ହେବ । କିନ୍ତୁ ଏହା ପୂର୍ବରୁ ଭୋଟ ବିଭ୍ରାଟ ଘଟଣାରେ ସଂପୃକ୍ତ ୬୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିସାରିଛି । ତେଣୁ ତୃତୀୟ ପର‌୍ୟ୍ୟାୟର ମତଦାନ ପାଇଁ ପୋଲିସ ଅଧିକ ସତର୍କ ରହିଛି ଏବଂ ୨୪୦ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି । ୧୬୨୫ଟି ମୋଟାଇଲ ପାଟ୍ରୋଲିଂ ପାର୍ଟି ନିୟୋଜିତ ଅଛନ୍ତି ।
ସୂଚନା ଅନୁଯାୟୀ, ଯେଉଁମାନେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ କରିବାକୁ ଯାଉଛନ୍ତି, ସେମାନଙ୍କ ନାଁ ଭୋଟର ତାଲିକାରେ ରହିଥିବା ଦରକାର । ନିର୍ବାଚନ ପରିଚୟ ପତ୍ର ଦେଖାଇ ସେମାନେ ମତଦାନ କେନ୍ଦ୍ରକୁ ଯାଇପାରିବେ । ଯଦି କୌଣସି କାରଣରୁ ଭୋଟ ପରିଚୟ ପତ୍ର ପାଖରେ ନାହିଁ, ତାହେଲେ ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ଲାଭ କରିଥିବା ୧୩ଟି ଦସ୍ତାବିଜ (ପାନକାର୍ଡ, ଆଧାରକାର୍ଡ, ନରେଗା କାର୍ଡ, ରାସନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଆଦି) ମଧ୍ୟରୁ ଯେକୌଣସି ମଧ୍ୟରୁ ଗୋଟିଏ ନେଇଯାଇପାରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login