ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ, ନିର୍ବାଚନରେ ସ୍ୱଚ୍ଛତା ଆଣିବାକୁ ରାଜ୍ୟ ସରକାର ଏନେଇ ପଞ୍ଚାୟତ ଆଇନ ସଂଶୋଧନ ପାଇଁ ଅଧ୍ୟାଦେଶ ଜାରି କରିଛନ୍ତି । ଏହି ଆଇନ୍ ସଂଶୋଧନ ଅନୁଯାୟୀ, ନିର୍ବାଚନରେ ପ୍ରାର୍ଥୀ ଭୁଲ ତଥ୍ୟ ଦେଲେ ମିଳିବ ୬ ମାସ ଜେଲ ଦଣ୍ଡ ।
ତେବେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪, ପଞ୍ଚାୟତ ସମିତି ଆଇନ୍ ୧୯୫୯, ଜିଲ୍ଲା ପରିସଦ ଆଇନ୍ ୧୯୯୧ର ସଂଶୋଧନ କରାଯିବାକୁ ନିସ୍ପତ୍ତି ହୋଇଥିବା ସୂଚନା ରହିଛି । ଏ ନେଇ ଅଧ୍ୟାଦେଶ ଅନୁସାରେ ନାମାଙ୍କନ ପତ୍ର ଦାଖଲ ବେଳେ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ନିଜର ଅପରାଧୀକ ମାମଲା, ସ୍ଥାବର ଅସ୍ଥାବର ସମ୍ପତ୍ତିର ସମ୍ପୂର୍ଣ୍ଣ ତାଲିକା ଓ ଶିକ୍ଷାଗତ ଯୋଗ୍ୟତା ସତ୍ୟପାଠ ଜରିଆରେ ଦେବାକୁ ପଡ଼ିବ । ତେବେ ଏହି ନାମାଙ୍କନ ବେଳେ ଭୁଲ ତଥ୍ୟ ଦେଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ଅର୍ଥ ଜରିମାନା କିମ୍ବା ଉଭୟ ଜେଲ ଦଣ୍ଡ ଭୋଗିବା ସହିତ ଅର୍ଥ ଜରିମାନା ମଧ୍ୟ ଦେବାକୁ ପଡ଼ିବ ।
Views: 275