The Ultimate Managed Hosting Platform
ADVERTISEMENT

ନ୍ୟୁଜଲ୍ୟାଣ୍ଡ – ଭାରତ ତୃତୀୟ ଦିନିକିଆ ୨୧୯ ରନରେ ଅଲଆଉଟ୍ ହେଲା ଭାରତ

Facebook
Twitter
LinkedIn

କ୍ରାଇଷ୍ଟଚର୍ଚ୍ଚରେ ଚାଲିଥିବା ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ପ୍ରଥମ ବ୍ୟାଟିଂ କରି ଭାରତ ୪୭.୩ ଓଭରରେ ଅଲଆଉଟ ହୋଇ ୨୧୯ ରନ୍ କରିଛି। ନ୍ୟୁଜିଲାଣ୍ଡକୁ ୨୨୦ ରନର ଲକ୍ଷ୍ୟ ଦେଇଛି ଭାରତ। ପ୍ରଥମ ଦିନିକିଆ ଜିତି ନ୍ୟୁଜିଲାଣ୍ଡ ୧-୦ରେ ସିରିଜ ଆଗୁଆ ରହିଛି। ଦ୍ୱିତୀୟ ଦିନିକିଆ ବର୍ଷା ପାଇଁ ବାତିଲ ରହିଥିବା ବେଳେ ଆଜିର ମ୍ୟାଚ ଜିତିବା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ନହେଲେ ଆଜି ମ୍ୟାଚ୍ ଭାରତ ହାରିଲେ ସିରିଜ ମଧ୍ୟ ହାତରୁ ଚାଲିଯିବ।

ଏହି ମ୍ୟାଚରେ ଟସ୍ ଜିତି ନ୍ୟୁଜିଲାଣ୍ଡ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ଟିମ ୨୧୯ ରନ କରି ୧୦ଟି ଓ୍ଵିକେଟ ହରାଇଥିଲା। ଓ୍ଵାଶିଂଟନ ସୁନ୍ଦର ସବୁଠାରୁ ଅଧିକ ରନ ୫୧ ରନ୍ କରିଥିଲେ। ସେ ୫ଟି ଚଉକା ଏବଂ ୧ଟି ଛକା ମରି ୬୪ ବଲରେ ୫୧ ରନ୍ କରିଥିଲେ।

ଶ୍ରେୟସ ଆୟର ୪୯ ରନ୍ କରି ଆଉଟ୍ ହୋଇଥିବା ବେଳେ ଶିଖର ଧଓ୍ଵନ ୨୮ ରନ୍‌, ଶୁଭମନ ଗିଲ ୧୩,ପନ୍ତ ୧୦, ସୂର‌୍ୟ୍ୟକୁମାର ୬ ରନ, ଦୀପକ ହୁଡ୍ଡା ୧୨ରନ, ଦୀପକ ଚହର ୧୨,ଚହଲ୮, ଅର୍ଶଦୀପ ୯ ରନ୍ ଅଲଆଉଟ ହୋଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login