ଭୁବନେଶ୍ୱର : ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟ ଆଗରେ ଇଡି ଟିମ୍ । ରିଜର୍ଭ ବ୍ୟାଙ୍କ ସାମ୍ନାରେ ପହଁଚି ଇଡି ଟିମର ତନାଘନା । ପୂର୍ବରୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଟିମ୍ ପହଁଚି ତନାଘନା କରୁଥିଲେ । ମଜୁରୀ ନେଇ ଟଙ୍କା ବଦଳ ଖବର ପରେ ପହଁଚିଲେ ଉଭୟ ଟିମ୍ । ନୋଟ ବଦଳାଉଥିବା ଲୋକଙ୍କୁ ଚାଲିଛି ପଚରାଉଚରା । କିଛି ଲୋକ କମିଶନି ପାଇବା ପାଇଁ ଅନ୍ୟମାନଙ୍କର ଟଙ୍କା ବଦଳ କରିବାକୁ ଲମ୍ବା ଲାଇନରେ ଛିଡ଼ା ହେଉଛନ୍ତି ।୨୦ ହଜାର ଟଙ୍କା ବଦଳାଇବା ପାଇଁ ୨୫୦ରୁ ୩ଶହ ଟଙ୍କା କମିଶନ ନେଉଛନ୍ତି । ଏହି କମିଶନି ଦେଉଛି କିଏ ? କାହାର ଟଙ୍କା ବଦଳାଯିବା ପାଇଁ କମିଶନି କାରବାର ହେଉଛି ? ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ୪ ମାସ ମହଲତ ଦିଆଯାଇଥିବା ବେଳେ କାହିଁକି ସେତେବେଳେ ଟଙ୍କା ବଦଳାଇନଥିଲେ ? ତାକୁ ନେଇ ନାନା ପ୍ରଶ୍ନ ଉଠିଛି । ଚଳିତ ବର୍ଷ ମେ’ ୧୯ରେ ଦୁଇ ହଜାର ଟଙ୍କିଆ ପ୍ରତ୍ୟାହାର ନେଇ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲେ। ବର୍ତ୍ତମାନ କେବଳ ରିଜର୍ଭ ବ୍ୟାଙ୍କରେ ହିଁ ଲୋକମାନେ ବୈଧ ପରିଚୟପତ୍ର ଦେଇ ଏକାଥରକେ ୧୦ଟି ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ପାରୁଛନ୍ତି । ହେଲେ ଧାର୍ୟ୍ୟ ସମୟରେ ବ୍ୟାଙ୍କରେ ଗୋଲାପୀ ନୋଟ ନ ବଦଳାଇ ଆରବିଆଇରେ ନୋଟ ବଦଳ ପାଇଁ ଭିଡ଼କୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ନୋଟ ବଦଳ ; ଆରବିଆଇ ସାମ୍ନାରେ ଇଡି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











