The Ultimate Managed Hosting Platform
ADVERTISEMENT

ନୋଟ ବଦଳ ; ଆରବିଆଇ ସାମ୍ନାରେ ଇଡି

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟ ଆଗରେ ଇଡି ଟିମ୍ । ରିଜର୍ଭ ବ୍ୟାଙ୍କ ସାମ୍ନାରେ ପହଁଚି ଇଡି ଟିମର ତନାଘନା । ପୂର୍ବରୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଟିମ୍ ପହଁଚି ତନାଘନା କରୁଥିଲେ । ମଜୁରୀ ନେଇ ଟଙ୍କା ବଦଳ ଖବର ପରେ ପହଁଚିଲେ ଉଭୟ ଟିମ୍ । ନୋଟ ବଦଳାଉଥିବା ଲୋକଙ୍କୁ ଚାଲିଛି ପଚରାଉଚରା । କିଛି ଲୋକ କମିଶନି ପାଇବା ପାଇଁ ଅନ୍ୟମାନଙ୍କର ଟଙ୍କା ବଦଳ କରିବାକୁ ଲମ୍ବା ଲାଇନରେ ଛିଡ଼ା ହେଉଛନ୍ତି ।୨୦ ହଜାର ଟଙ୍କା ବଦଳାଇବା ପାଇଁ ୨୫୦ରୁ ୩ଶହ ଟଙ୍କା କମିଶନ ନେଉଛନ୍ତି । ଏହି କମିଶନି ଦେଉଛି କିଏ ? କାହାର ଟଙ୍କା ବଦଳାଯିବା ପାଇଁ କମିଶନି କାରବାର ହେଉଛି ? ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ୪ ମାସ ମହଲତ ଦିଆଯାଇଥିବା ବେଳେ କାହିଁକି ସେତେବେଳେ ଟଙ୍କା ବଦଳାଇନଥିଲେ ? ତାକୁ ନେଇ ନାନା ପ୍ରଶ୍ନ ଉଠିଛି । ଚଳିତ ବର୍ଷ ମେ’ ୧୯ରେ ଦୁଇ ହଜାର ଟଙ୍କିଆ ପ୍ରତ୍ୟାହାର ନେଇ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲେ। ବର୍ତ୍ତମାନ କେବଳ ରିଜର୍ଭ ବ୍ୟାଙ୍କରେ ହିଁ ଲୋକମାନେ ବୈଧ ପରିଚୟପତ୍ର ଦେଇ ଏକାଥରକେ ୧୦ଟି ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ପାରୁଛନ୍ତି । ହେଲେ ଧାର୍ୟ୍ୟ ସମୟରେ ବ୍ୟାଙ୍କରେ ଗୋଲାପୀ ନୋଟ ନ ବଦଳାଇ ଆରବିଆଇରେ ନୋଟ ବଦଳ ପାଇଁ ଭିଡ଼କୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login