The Ultimate Managed Hosting Platform
ADVERTISEMENT

ନୈାକା ବୁଡି ୬୧ ନିଖୋଜ

Facebook
Twitter
LinkedIn

ନୂଆଦିଲ୍ଲୀ : ଇଣ୍ଡୋନେସିଆ ବାଲିରେ ନୈାକା ବୁଡି ୬୧ ନିଖୋଜ । ଛୁଟି କାଟିବାକୁ ଲୋକେ ଯାଉଥିବା ବେଳେ ଅଘଟଣ ଘଟିଛି । ଏଥିରେ ଥିବା ୬୫ ଯାତ୍ରୀଙ୍କ ମଧ୍ୟରୁ ୪ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ କେତେକ ଯାତ୍ରୀ ନିଖୋଜ ରହିଛନ୍ତି । ଏପରି ଅଘଟଣ ବୁଧବାର ଦିନ ଦେଖିବାକୁ ମିଳିଛି । ସୂଚନା ପାଇବା ମାତ୍ରେ ଉଦ୍ଧାରକାରୀ ଟିମ୍ ଏବଂ ପୋଲିସ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି । ଜାହାଜ ଦୁର୍ଘଟଣାର କାରଣ ଏପର୍ୟ୍ୟନ୍ତ ମିଳି ପାରିନାହିଁ । ଜାହାଜଟିରେ ୫୩ ଜଣ ଯାତ୍ରୀ ଏବଂ ୧୨ ଜଣ କ୍ରୁ ସଦସ୍ୟ ସମେତ ୬୫ ଜଣ ଥିଲେ । ଏପର୍ୟ୍ୟନ୍ତ ୨୩ ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୨୨ଟି ଗାଡ଼ିମଟର ମଧ୍ୟ ଥିଲା । “କେଏମପି ଟୁନୁ ପ୍ରତାମା ଜୟା ନାମକ ଫେରିଟି ଆଙ୍କର ପକାଇବାର ପ୍ରାୟ ୨୫ ମିନିଟ୍ ପରେ ବୁଡ଼ିଯାଇଥିଲା ।”କିନ୍ତୁ ଏପର୍ୟ୍ୟନ୍ତ ଏହାର କାରଣ ସ୍ପଷ୍ଟ ହୋଇନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login