ନୂଆଦିଲ୍ଲୀ : ହୀନ ମାନସିକତାର ଚରମ ସୀମାରେ ମଣିଷ । ଆଉ ଭୁଲିଯାଉଛି ସବୁକିଛି । ୫ ବର୍ଷର କୁନି ଶିଶୁକୁ ଦୁଷ୍କର୍ମ ଏବଂ ପରେ ହତ୍ୟା କରିବା ଘଟଣା ସମସ୍ତଙ୍କୁ କରିଛି ବିଚଳିତ । ଏମିତି ଏକ ଲଜ୍ଜା ଜନକ ଘଟଣା ଘଟିଛି କେରଳରେ । ଜଣେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ କରିଛି ଦିନ ମଜୁରିଆ । ପିଲାଟିକୁ ଦୁଷ୍କର୍ମର ଶିକାର କରିବା ପରେ ପିଲାର ଗଳା ଚିପି ହତ୍ୟା କରି ଅଖାରେ ଭର୍ତ୍ତି କରି ଫିଙ୍ଗିଛି । ଶିଶୁର ମୃତଦେହ ମିଳିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ମାମଲାରେ ତଦନ୍ତ ଆରମ୍ଭ କରିଛି ।
ଖବର ମୁତାବକ, ଶୁକ୍ରବାର ଦିନ ସଂଧ୍ୟା ୭ଟା ୧୦ ମିନିଟରୁ ପିଲାଟି ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ବିଳମ୍ବ ନ କରି ସିସିଟିଭି ଫୁଟେଜ ଚେକ୍ କରିବା ଆରମ୍ଭ କରିଦେଇଥିଲା । ଫୁଟେଜରେ ପିଲାଟିକୁ ଦିନ ମଜୁରିଆ ଜଣକ ଧରି ଯାଉଥିବା ଦେଖିବାକୁ ମିଳିଥିଲା । ଏହା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । କିନ୍ତୁ ସେତେବେଳେ ପିଲାଟି ଅଭିଯୁକ୍ତ ପାଖରେ ନଥିଲା । ଏହାପରେ ଲୋକଙ୍କୁ ପଚରାଉଚରା ପରେ ଶିଶୁର ଶବ ବଜାର ପଛପଟରେ ଏକ ଅଖା ଭିତରେ ପସିଥିବାର ମିଳିଥିଲା । କୋଚି ଡିଆଇଜି ଶ୍ରୀନିବାସ କହିଛନ୍ତି ଯେ, ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ୱୀକାର କରିଛି । ଶିଶୁକୁ ଦୁଷ୍କର୍ମ କରିବା ପରେ ହତ୍ୟା କରି ଅଖାରେ ଭର୍ତ୍ତି କରି ଫୋପାଡିଥିଲା ଅଭିଯୁକ୍ତ। ଅଭିଯୁକ୍ତ ଜଣକ ହେଉଛି ବିହାରର । ତେବେ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।
ନୃଶଂସ ମଣିଷ !୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା

Facebook
Twitter
LinkedIn
Facebook
Twitter
LinkedIn
Recent News
ଶ୍ରୀମନ୍ଦିରରେ ହେବ ୱାକିଟକି ବ୍ୟବସ୍ଥା : ଗିରୀଶ
ପୁରୀ : ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ ଫୋନ ।କୈାଣସି ପୋଲିସ କି ସେବାୟତ ବି ନେଇ ପାରିବେନି ମୋବାଇଲ । ଆଗକୁ ୱାକିଟକି ବ୍ୟବସ୍ଥା...
୧୬ରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ
ନୂଆପଡା : ଆସନ୍ତା ୧୬ ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କର ଦାଖଲ ବେଳେ ଉପସ୍ଥିତ ରହିବେ ।...
e-KYC କରି ନ ଥିଲେ ମିଳିବନି ଚାଉଳ ; ମନ୍ତ୍ରୀ
ଭୁବନେଶ୍ୱର : e-KYC କରି ନ ଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ । ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।...
MKCGରେ ଇଣ୍ଟର ମିଟ୍ ; ୩ ଛାତ୍ର ଆହତ
ବ୍ରହ୍ମପୁର : ଏମକେସିଜିରେ ଇଣ୍ଟର ମେଡିକାଲ ମିଟ ବେଳେ ୩ ଛାତ୍ର ଆହତ । କଟକ ଏସସିବିର ୩ ଛାତ୍ର ଉତ୍ସବ ପାଳନ ବେଳେ ଆହତ ।...