The Ultimate Managed Hosting Platform
ADVERTISEMENT

ନୂଆ ଭାଇରସର ଆତଙ୍କ, ଚୀନରେ H3N8 ବାର୍ଡ ଫ୍ଲୁରେ ପ୍ରଥମ ମୃତ୍ୟୁ

Facebook
Twitter
LinkedIn

ନୂଆଦିଲ୍ଲୀ : ଚୀନରେ ଆଭିଆନ ଇନଫ୍ଲୁଏଞ୍ଜା ଏ (H3N8) ଭାଇରସ୍ରେ ପ୍ରଥମ ମୃତ୍ୟୁ ରେକର୍ଡ କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ସୂଚନା ଦେଇଛି। ଗୁଆଙ୍ଗଡୋଙ୍ଗ ଅଞ୍ଚଳରେ ରହୁଥିବା ୫୬ ବର୍ଷୀୟା ମହିଳା ୨୨ ଫେବୃୟାରୀରେ ପ୍ରଥମେ ଭାଇରସ୍ କବଳରେ ଆସିଥିଲେ। ମାର୍ଚ୍ଚ ୩ରେ ସେ ଗମ୍ଭୀର ରୂପେ ନିମୋନିଆରେ ପୀଡ଼ିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ମାର୍ଚ୍ଚ ୧୬ରେ ତାଙ୍କର ମୃତ୍ୟୁ ଘଟିଥିଲା। ୨୦୨୨ରେ ଚୀନ ଦ୍ୱାରା H3N8ର ଦୁଇଟି ମାମଲାର ରେକର୍ଡ ପରେ ଏହା ହେଉଛି ତୃତୀୟ ମାମଲା। H3N8ରେ ଜଣଙ୍କଠାରୁ ଅନ୍ୟ ଜଣଙ୍କଠାରେ ଭାଇରସ୍ ବ୍ୟାପିବାର କ୍ଷମତା ନାହିଁ। ତେଣୁ ଜାତୀୟ, ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ସ୍ତରରେ ମନୁଷ୍ୟଠାରେ ଏହା ବ୍ୟାପିବାର ସମ୍ଭାବନା ବହୁତ କମ୍ ରହିଛି।
ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ରିପୋର୍ଟ ଅନୁସାରେ, ଏହି ଘଟଣାର ଯାଞ୍ଚରୁ ଜଣାପଡ଼ିଛି ଯେ ପୋଲ୍ଟ୍ରି ମାର୍କେଟ ଆଖାପାଖରେ ରହିବା ସଂକ୍ରମଣର କାରଣ ହୋଇପାରେ। ଡବ୍ଲ୍ୟୁଏଚ୍ଓ କହିଛି ଯେ ଯାଞ୍ଚ ସମୟରେ ସଂକ୍ରମିତ ବ୍ୟକ୍ତିଙ୍କ ଆଖପାଖରେ କୌଣସି ମାମଲା ପୁଷ୍ଟି କରାଯାଇ ନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login