The Ultimate Managed Hosting Platform
ADVERTISEMENT

ନୂଆବର୍ଷ ପାଇଁ ପୁରୀରେ ଜାରି ହେଲା ଟ୍ରାଫିକ ଗାଇଡଲାଇନ

Facebook
Twitter
LinkedIn

ପୁରୀ : ଆଉ ୨ ଦିନ ପରେ ଆରମ୍ଭ ହେବ ଇଂରାଜୀ ନବବର୍ଷ-୨୦୨୫ । ତେଣୁ ଏବେଠୁ ପୁରୀରେ ଲାଗିଲାଣି ଗହଳି । ପର୍ୟ୍ୟଟକଙ୍କ ସ୍ବାଗତ ପାଇଁ ନୂଆ ଏବଂ ନିଆରା ଢଙ୍ଗରେ ସଜେଇ ହେଲାଣି ନୀଳାଚଳ ଧାମ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପୁରୀକୁ ଅଧିକ ପର୍ୟ୍ୟଟକଙ୍କ ଆଗମନ ହେବାର ଏବେଠୁ ସଂକେତ ମିଳିଲାଣି । ତେବେ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ ପରିଚାଳନା ପାଇଁ ଜିଲ୍ଲାରେ ୯୦ ଅଧିକାରୀଙ୍କ ସହ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ । ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ,ପର୍ୟ୍ୟଟକଙ୍କ ସୁରକ୍ଷା,ଟ୍ରାଫିକ ସୁପରିଚାଳନାକୁ ଗୁରୁତ୍ବ ଦିଆଯାଇଛି । ସମୁଦ୍ର କୂଳରେ ଅଘଟଣ ରୋକିବାକୁ ମୁତୟନ ହେବେ ଲାଇଫ ଗାର୍ଡ । ଡିସେମ୍ବର ୩୧ରୁ ଜାନୁଆରୀ ୧ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ । ସେହିପରି ଜିଲ୍ଲା ପୋଲିସ ଓ ହୋଟେଲ୍ ମାଲିକଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଛି। ଯାତ୍ରୀଙ୍କ ସୁରକ୍ଷିତ ରହଣି ଓ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି।
ବନେଶ୍ବର ପାର୍ଶ୍ବରୁ ଆସୁଥିବା ଚାରିଚକିଆ ଗାଡ଼ି ପାଇଁ ଜେଲ୍ ରୋଡ୍, ବଡ଼ଦାଣ୍ଡ ଶରଧାବାଲିଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଏମାନେ ବାଟଗାଁ, ଚାରିନଳା, ଅଠରନଳା, କୁମ୍ଭାରପଡ଼ା ଥାନା ହୋଇ ଜେଲ୍ ରୋଡ୍ରେ ପାର୍କିଂ କରିବେ ଅବା ମେଡିକାଲ୍ ଛକ ହୋଇ ବଡ଼ଶଙ୍ଖ ଦେଇ ଯାଇ ଶରଧାବାଲିରେ ପାର୍କିଂ କରିବେ ।
ବ୍ରହ୍ମଗିରି ପାର୍ଶ୍ବରୁ ଆସୁଥିବା ଚାରିଚକିଆ ଗାଡ଼ି ମଙ୍ଗଳାଘାଟ ଛକରୁ ଡାହାଣ ପାର୍ଶ୍ବକୁ କଟିବେ । ଷ୍ଟର୍ଲିଂ ଛକ ଦେଇ ବେଳାଭୂମି ରାସ୍ତାରେ ପହଞ୍ଚିବେ । ଲାଇଟ୍ ହାଉସ୍ ଛକ ଅବା ଯାତ୍ରୀକା ନିକଟରେ ପାର୍କିଂ କରିବେ । ଫେରିବା ବେଳେ ସେହି ବାଟରେ ଫେରିବେ ।
କୋଣାର୍କ ପାର୍ଶ୍ବରୁ ଆସୁଥିବା ଗାଡ଼ି ବାଇଦାସନଗର, ତୋଷାଳି ସ୍ୟାଣ୍ଡ୍ସ ଛକ, ଗ୍ରିଡ୍ ଷ୍ଟେସନ୍, ଭୂଦାନ ଛକ ହୋଇ ତାଳବଣିଆରେ ପାର୍କିଂ କରିବେ । ଫେରିବା ବେଳେ ସେହି ବାଟ ଦେଇ ଫେରିବେ । ଦୁଇଚକିଆ ଗାଡ଼ି ଅଠରନଳା, କୁମ୍ଭାରପଡ଼ା ଥାନା, ମେଡିକାଲ୍ ଛକ ଦେଇ ପୁରୀ ବଡ଼ଦାଣ୍ଡସ୍ଥିତ ମ୍ୟୁନିସିପାଲିଟି ମାର୍କେଟ୍ କମ୍ପ୍ଲେକ୍ସଠାରେ ପାର୍କିଂ କରିବେ ।
ତାଳବଣିଆରୁ ବଡ଼ଦାଣ୍ଡକୁ ଆସୁଥିବା ଅଟୋ ୱାଟର୍ ୱାର୍କସ ରୋଡ୍, ଓଡ଼ିଶା ବେକରୀ, ରାମମନ୍ଦିର, ଘୋଡ଼ାବଜାର, ରେଡ୍କ୍ରସ ରୋଡ୍ ହୋଇ ମେଡିକାଲ୍ ଛକରେ ପହଞ୍ଚି ଯାତ୍ରୀଙ୍କୁ ଛାଡ଼ି ପୁଣି ସେହି ବାଟରେ ଫେରିବେ । ତାଳବଣିଆରୁ ସମୁଦ୍ରକୂଳକୁ ଯାଉଥିବା ଅଟୋ ପେଣ୍ଠକଟା ଛକ, ସିଟି ରୋଡ୍, ୟୁଥ୍ ହଷ୍ଟେଲ୍, ଅର୍ବାନ ହାଟ, ଜିଲ୍ଲା ସ୍କୁଲ, ଏସ୍ସିଏସ୍ କଲେଜ ହୋଇ ଟାଉନ୍ ହଲ୍ ଛକରେ ପହଞ୍ଚି ଯାତ୍ରୀଙ୍କୁ ଓହ୍ଲାଇବା ପରେ ପୁଣି ସେଠାରୁ ସେହି ରାସ୍ତାରେ ଫେରିବେ ।
ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରେ, ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହେବାକୁ ଥିବାବେଳେ ବଡ଼ଦାଣ୍ଡ ମାର୍କେଟ ଛକଠାରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ସେହିପରି ସମୁଦ୍ର କୂଳରେ ପର୍ୟ୍ୟଟକଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ନବବର୍ଷରେ ମହାପ୍ରଭୁଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ ସମସ୍ତ ଭକ୍ତ ଓ ପର୍ୟ୍ୟଟକ ପୋଲିସକୁ ସହଯୋଗ କରିବା ପାଇଁ ପୁରୀ ଏସପି ବିନିତ ଅଗ୍ରିଓ୍ବାଲ ନିବେଦନ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ମହିଳା କମିଶନ...

ADVERTISEMENT
“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

Login