The Ultimate Managed Hosting Platform
ADVERTISEMENT

ନୂଆବର୍ଷରେ ପୁରୀ ସହରକୁ ଜଗିବେ ୯୦ ପ୍ଲାଟୁନ ଫୋର୍ସ

Facebook
Twitter
LinkedIn

ପୁରୀ : ନୂଆ ବର୍ଷର ପ୍ରଥମ ସୂର୍ୟ୍ୟ ଦର୍ଶନ ସାଙ୍ଗକୁ ମହାପ୍ରଭୁଙ୍କ ନିକଟରେ ଶୁଭକାମନା ଲାଗି ପୁରୀରେ ବହୁସଂଖ୍ୟାରେ ଭକ୍ତ ଓ ପର୍ୟ୍ୟଟକଙ୍କ ସମାଗମ ହେବ। ଏବେଠାରୁ ବି ପୁରୀରେ ଲାଗିଲାଣି ଗହଳି। ଜାନୁୟାରୀ ପହିଲାରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହେବ। ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରି ସୁଖଦ ଅନୁଭୂତି ନେଇ ଫେରିବେ ତା’ ଉପରେ ଗୁରୁତ୍ୱ ଦିଆଯାଉଛି। ବଡ଼ଦାଣ୍ଡରେ ଶୀତତାପ ନିୟନ୍ତ୍ରିତ ସେଡ୍ ତିଆରି ହେଉଛି। ଶୁକ୍ରବାର କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଶେଡ୍ ନିର୍ମାଣ ବୁଲି ଦେଖିବା ସହ ଶ୍ରୀମନ୍ଦିର କାର୍ୟ୍ୟାଳୟ ତଳେ ଭକ୍ତଙ୍କ ଲାଗି ପ୍ରସ୍ତୁତ ଚାଲିଥିବା ଅଭ୍ୟର୍ଥନା କେନ୍ଦ୍ର ଅନୁଧ୍ୟାନ କରିଛନ୍ତି। ନୂଆବର୍ଷ ପାଇଁ ପୁରୀ ପୁଲିସ ପକ୍ଷରୁ ଗ୍ରହଣ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସହରର ବିଭିନ୍ନ ହୋଟେଲ, ଲଜ୍, ହଲିଡୋ ହୋମ୍ରେ ଆଉ ଜାଗା ନାହିଁ। ସବୁଠି ଜମିଲାଣି ପର୍ୟ୍ୟଟକଙ୍କ ଗହଳି। ଏଭଳି ଭିଡକୁ ଦେଖି ପୁରୀ ପୁଲିସ ନିଜକୁ ପ୍ରସ୍ତୁତ କରିଦେଇଛି। ଚଳିତ ବର୍ଷ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ୬୨ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ ବୋଲି ଏସ୍ପି ଡ. କନୱର ବିଶାଲ ସିଂ ସୂଚନା ଦେଇଛନ୍ତି। ଏତଦ୍ବ୍ୟତୀତ ଟ୍ରାଫିକ ପରିଚାଳନା, ଦର୍ଶନ ସୁବିଧା, ଭକ୍ତ ଓ ପର୍ୟ୍ୟଟକଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ୨ ଜଣ କମାଣ୍ଡାଣ୍ଟ, ୧୧ ଜଣ ଅତିରିକ୍ତ ଏସ୍ପି, ୩୪ ଜଣ ଡିଏସ୍ପି, ୫୪ ଇନ୍ସପେକ୍ଟର ଓ ସବ୍ ଇନ୍ସପେକ୍ଟର, ୨୨୦ ଜଣ ଏସ୍ଆଇ ଓ ଏଏସ୍ଆଇ, ୩୧ ଜଣ ହାବିଲଦାର, ୨୪୪ ଜଣ କନେଷ୍ଟବଳ, ୪୨ ଜଣ ଟ୍ରାଫିକ କନଷ୍ଟେବଳ, ୭୦୨ ଜଣ ହୋମ୍ଗାର୍ଡ ଏବଂ ଲାଇଫ୍ ଗାର୍ଡ ଦାୟିତ୍ୱରେ ରହିବେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login