The Ultimate Managed Hosting Platform
ADVERTISEMENT

ନୂଆବର୍ଷରୁ ନୂଆ ନିୟମ ; ଜାଣନ୍ତୁ କଣ ?

Facebook
Twitter
LinkedIn

ଭୁବନେଶ୍ୱର : ନୂଆ ବର୍ଷରୁ ଲାଗୁ ହୋଇଛି ୧୦ ନୂଆ ନିୟମ । କେବଳ ନୂଆ ବର୍ଷ ବଦଳିବ ନାହିଁ, ବରଂ ଆପଣଙ୍କ ଚାରିପାଖରେ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷରେ ମଧ୍ୟ ପରିବର୍ତ୍ତନ ଆସିଛି । ଏହି ପରିବର୍ତ୍ତନଗୁଡ଼ିକର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଜୀବନ ଉପରେ ପଡ଼ିବାକୁ ଯାଉଛି । ଆଧାର କାର୍ଡ ଏବଂ ପାନକୁ ଲିଙ୍କ୍ ପାଇଁ ଡିସେମ୍ବର ୩୧ ତାରିଖ ଶେଷ ଦିନ ଥିଲା । ପାନ୍-ଆଧାର ଲିଙ୍କ୍ କରିନଥିଲେ ଜାନୁଆରି ୧ରୁ ଆପଣଙ୍କ ପାନ୍ କାର୍ଡ ‘ଡିଏକ୍ଟିଭେଟ୍’ ବା ଅଚଳ ହୋଇଯାଇପାରେ । ପ୍ୟାନ୍ କାର୍ଡ ଅକାମୀ ହେଲେ ଆପଣଙ୍କୁ ଅନେକ ପ୍ରକାରର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ପ୍ରତି ମାସ ପରି ୧ ଜାନୁଆରୀରୁ ଏଲପିଜି ବା ରନ୍ଧନ ଗ୍ୟାସ୍ ଏବଂ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡରର ନୂଆ ମୂଲ୍ୟ ଘୋଷଣା କରାଯିବ । ନୂଆ ବର୍ଷରୁ ଗ୍ୟାସ୍ ଦର ବଢ଼ୁଛି କି କମୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ । ଜାନୁଆରି ପହିଲାରୁ ବିମାନ ଇନ୍ଧନ ବା ଏଭିଏସନ୍ ଟର୍ବାଇନ୍ ଫ୍ୟୁଲ୍ ଦରରେ ମଧ୍ୟ ପରିବର୍ତ୍ତନ ହେବ । ଯଦି ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି ହୁଏ, ତେବେ ବିମାନ କମ୍ପାନୀଗୁଡ଼ିକ ଟିକେଟ୍ ଦର ବଢ଼ାଇ ପାରନ୍ତି, ଯାହା ବିମାନ ଯାତ୍ରୀଙ୍କ ପାଇଁ ଚିନ୍ତାର ବିଷୟ ହୋଇପାରେ । ୨୦୨୬ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର ନେଇ ଆସୁଛି । ଆସନ୍ତା ୧ ଜାନୁଆରୀ, ୨୦୨୬ରୁ ଦେଶରେ ଅଷ୍ଟମ ବେତନ କମିସନ ଲାଗୁ ହେବା ନେଇ ପ୍ରବଳ ସମ୍ଭାବନା ରହିଛି । ଜାନୁଆରି ମାସରୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ବୃଦ୍ଧି ହେବାକୁ ଯାଉଛି । ନୂଆ ବର୍ଷରେ କୃଷକମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଉଛି । ଉତ୍ତର ପ୍ରଦେଶ ସମେତ ଦେଶର ଅନେକ ରାଜ୍ୟରେ ଏବେ ଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର ‘ଫାର୍ମର ଆଇଡି’ ପ୍ରସ୍ତୁତ କରାଯାଉଛି । ପିଏମ୍ କିସାନ ଯୋଜନାର ପରବର୍ତ୍ତୀ କିସ୍ତି ପାଇବା ପାଇଁ ଏହି ଆଇଡି ବାଧ୍ୟତାମୂଳ । ଆଇଡି ନଥିଲେ ଟଙ୍କା ମିଳିନପାରେ । ନୂଆ ବର୍ଷରୁ ସୋସିଆଲ ମିଡିଆରେ ପିଲାଙ୍କ ଏଣ୍ଟ୍ରି ଉପରେ ଲାଗିବ କଟକଣା । ଅଷ୍ଟ୍ରେଲିଆ ଏବଂ ମାଲେସିଆ ଭଳି ଭାରତରେ ମଧ୍ୟ ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ କଡ଼ା ନିୟମ ଲାଗୁ ହୋଇପାରେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login