ନୂଆପଡା : ନୂଆପଡ଼ାରେ ଏବେ ପୁଣି ବାଘ ଆତଙ୍କ। ନୂଆପଡ଼ା ଜିଲା ସଦର ବ୍ଲକ ଆମାନାରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବ୍ରାହ୍ମଣୀ ଗାଁରେ କଲରାପତରିଆ ବାଘ ଆତଙ୍କ । ବ୍ରାହ୍ମଣୀ ଗାଁର ଅଗିନ ରାଉତଙ୍କ ବାଛୁରୀ ଗାଁ ନିକଟସ୍ଥ ଜଙ୍ଗଲକୁ ଚରିବାକୁ ଯାଇଥିବାବେଳେ ବାଘ ଆକ୍ରମଣର ଶିକାର ହୋଇଥିଲା। ଖବରପାଇ ନୂଆପଡା ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ଗତ ଏପ୍ରିଲ ୧୬ ତାରିଖରେ ଧରମବନ୍ଧା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସିଲିଆରିବାହରା ଗାଁ ନିକଟରୁ ବନବିଭାଗ ଗୋଟିଏ କଲରାପତରିଆ ବାଘକୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରିଥିଲା। ଏହାପରେ ନୂଆପଡା ବନବିଭାଗ କାର୍ୟ୍ୟାଳୟକୁ ଆଣି ବାଘର ଚିକିତ୍ସା କରାଯାଉଛି।
Views: 93











