ରାୟଗଡା : ଦାଦନ ଖଟିବାକୁ ଯାଇଥିବା ୨ ନାବାଳକ ଭାଇ ମୃତ । ବିଶାଖାପାଟଣାକୁ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେଲେ । କୈାଶଳ କ୍ରମେ ଖସି ଆସିଥିଲେ ବି ଘରେ ପହଁଚି ପାରିଲେନି । ଟ୍ରେନରେ ଫେରି ରାୟଗଡା ପହଁଚିଲା ବେଳକୁ ଚାଲପାରୁ ନଥିଲେ । ଆରପିଏଫ ମେଡିକାଲରେ ଭର୍ତ୍ତି କରିଥିଲେ ବି ଜୀବନ ବଞ୍ଚିଲା ନାହିଁ । କାଲି ଜଣେ ଭାଇର ମୃତ୍ୟୁ ଘଟିଥିଲା ବେଳେ ରାତିରେ ଆଉ ଜଣେ ମୃତ । ମୃତକ ଟିକିରି ଥାନା ମକାପଦର ଗାଁର ହୋଇଥିବା ବେଳେ ସେମାନେ ୩ ମାସ ତଳେ ଆନ୍ଧ୍ର ଯାଇଥିଲେ । ଘଟଣା ନେଇ କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନାହିଁ ।
Views: 78











