ନୂଆଦିଲ୍ଲୀ : ଆଗକୁ ୨୦୨୪ ଲୋକସଭା ନିର୍ବାଚନ । ଏବେଠୁ ପ୍ରସ୍ତୁତ ହେଲେଣି ରାଜନୈତିକ ଦଳ । ନିର୍ବାଚନକୁ ଆଖି ଆଗରେ ରଖି ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ଭାରତୀୟ ନିର୍ବାଚନ ଆୟୋଗ । ସୋମବାର ନିର୍ବାଚନ ଆୟୋଗ ଦେଶର ରାଜନୈତିକ ଦଳମାନଙ୍କ ପାଇଁ ଏକ କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁଥିରେ ନିର୍ବାଚନ ପ୍ରଚାର, ପୋଷ୍ଟର ମାରିବା, ନିର୍ବାଚନୀ ନାରା ଦେବା ଭଳି କାମରେ ରାଜନୈତିକ ଦଳମାନେ ଛୋଟ ପିଲାଙ୍କୁ ସମ୍ପୃକ୍ତ କରିପାରିବେ ନାହିଁ ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।
ନିର୍ବାଚନ ଆୟୋଗ ଏହି କଡା ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, ନିର୍ବାଚନ ସମ୍ଭନ୍ଧୀୟ କୌଣସି ବି କାମରେ ଛୋଟ ପିଲାମାନେ ସାମିଲ ହେଇପାରିବେନି । ଛୋଟ ପିଲାଙ୍କ ଦ୍ୱାରା କବିତା ପାଠ କରାଇବା, ନାରା ବାଜି କରାଇବା, ରାଜନୈତିକ ଦଳର ପତାକା ଧରାଇବା ଭଳି କାମ ଛୋଟ ପିଲାମାନେ କରିବେ ନାହିଁ । ଯଦି କୌଣସି ରାଜନୈତକ ଦଳ ନିର୍ବାଚନ ପ୍ରଚାରରେ ଛୋଟ ପିଲାଙ୍କୁ ସାମିଲ କରେ, ତେବେ ସେହି ଦଳ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।
ନିର୍ବାଚନୀ ପ୍ରଚାରରେ ବ୍ୟବହାର ହେବେନି ଛୋଟ ପିଲା: ନିର୍ବାଚନ ଆୟୋଗ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











