The Ultimate Managed Hosting Platform
ADVERTISEMENT

ନାରାୟଣପାଟଣା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ପ୍ରାଥମିକ ଶିକ୍ଷକ ସଂଘ,୨ୟ ଦିନରେ ପାଠପଢା ଠପ୍ , ସୋମବାର ଠୁ ମଧ୍ୟାହ୍ନ ଭୋଜନ ବି ରହିବ

Facebook
Twitter
LinkedIn

କୋରାପୁଟ : ନାରାୟଣପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ୩ ଦଫା ଦାବି ସମାଧାନକୁ ନେଇ ସମୂହ ଛୁଟିରେ ରହିବା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।ଆଜି ୨ୟ ଦିନରେ ବି ଧାରଣା ଜାରି ରହିଥିବା ବେଳେ ୯୦ରୁ ଅଧିକ ସ୍କୁଲ ରେ ତାଲା ଝୁଲିବା ସହ ପାଠ ପଢା ସମ୍ପୁର୍ଣ୍ଣ ଠପ୍ ହୋଇପଡିଛି ।ସେପଟେ ସୋମବାର ଦିନ ଠୁ ବି ମଧ୍ୟାହ୍ନ ଭୋଜନ ବନ୍ଦ କରାଯିବ ବୋଲି ଆନ୍ଦୋଳନ କାରୀ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ଧାରଣା ରେ କହିଛନ୍ତି।ବ୍ଲକ ର ସାତ ହଜାର ରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷାଲାଭ ରୁ ବଂଚିତ ହେବା ଆଶଙ୍କା ଦେଖାଦେଇଛି।ସ୍କୁଲ ପୋଷାକ ଶାଢ଼ୀ ପିନ୍ଧି ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ୨ୟ ଦିନରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ଆଗରେ ଧାରଣା ରେ ବସି ପ୍ରତିବାଦରେ କରିଛନ୍ତି।ରାଜ୍ୟ ସରକାର ଦାବି ସମାଧାନ ପାଇଁ ୫ ତାରିଖ ଧାର୍ୟ୍ୟ କରିଥିଲେ ।ଗୁରୁ ଦିବସରେ ଗୁରୁଙ୍କୁ ରାଜ୍ୟ ସରକାର ଭେଟି ଦେବେ ବୋଲି ଶିକ୍ଷକ ମାନେ ଭାବି ନେଇଥିଲେ। କିନ୍ତୁ ରାଜ୍ୟ ସରକାର ପୁଣି ୧୮ ତାରିଖ ଦିନ ଧାର୍ୟ୍ୟ କରିଥିବାରୁ ସମସ୍ତ ଶିକ୍ଷକ ଛୁଟିରେ ରହିବା ସହିତ ଦାବି ପୂରଣ ପର୍ୟ୍ୟନ୍ତ ଧାରଣା ଦେବେ ବୋଲି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସଂପାଦକ ଜାମି ସତ୍ୟ ନାରାୟଣ,ସଭାପତି ପର୍ଶୁରାମ ତାଡିଙ୍ଗି କହିଛନ୍ତି।ଏହି ଧାରଣା ପଲ୍ଲୀ ଠୁ ରାଜଧାନୀ ଭୁବନେଶ୍ଵର ଯାଏଁ ଚାଲିଥିବା ବେଳେ ଦାବି ସରକାର ଯଦି ନମାନନ୍ତି ତେବେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଙ୍ଘ ଦାବି କହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login