ନୂଆଦିଲ୍ଲୀ : ସ୍ୱାମୀ ସାଜିଲା ନୃଶଂସ । ନାବାଳିକା ପତ୍ନୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟି ବିଭିନ୍ନ ସ୍ଥାନରେ ପକାଇଲା । ପରିବାର ଲୋକ ନିଖୋଜ ହେବା ନେଇ ଥାନରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା । ପୋଲିସ ଅନେକ ସନ୍ଧାନ କରିବା ପରେ ମୃତଦେହର ଅଂଶ ପାଇଥିଲା । ଏମିତି ଘଟଣା ତ୍ରିପୁରାରେ ଘଟିଛି ।ମୃତକ ଜଣକ ନାବାଳିକା । ମୃତ ନାବାଳିକାଙ୍କ ବିବାହ ୮ ମାସ ପୂର୍ବରୁ କାୟମ ମିୟା ସହିତ ହୋଇଥିଲା ବୋଲି ଭାଇ ବାପନ ମିୟା କହିଛନ୍ତି । ଶୁକ୍ରବାର ସକାଳେ ମୃତ ନାବାଳିକାଙ୍କ ମା’ଙ୍କୁ ଝିଅ ନିଖୋଜ ଥିବା ଖବର ମିଳିଥିଲା । ଏହା ପରେ ମହିଳା ଜଣ ନିଜ ସ୍ୱାମୀଙ୍କ ସହିତ ଥାନାରେ ଅଭିଯୋଗ କରିଥିଲେ ।
ପୋଲିସ ଅଭିଯୋଗ ପାଇବା ପରେ ଅନେକ ସନ୍ଧାନ କରିବା ପରେ ମୃତଦେହର ଖଣ୍ଡ ଖଣ୍ଡ ଅଂଶ ଏକ ବ୍ୟାଗରେ ଭର୍ତ୍ତି ହୋଇଥିବା ମିଳିଥିଲା । ମୃତ ନାବାଳିକାଙ୍କ ମା’ଙ୍କୁ ଘରେ ରକ୍ତ ଛିଟା ମଧ୍ୟ ମିଳିଥିଲା । ତା’ ପରେ ପୋଲିସକୁ ସୂଚନା ଦେବା ପରେ ସବୁ ସତ ସାମ୍ନାକୁ ଆସିଥିଲା । ଘଣ୍ଟା ଘଣ୍ଟା ଧରି ପୋଲିସ ଖୋଜିବା ପରେ ଅଭିଯୁକ୍ତକୁ ଗିରଫ କରିଛି ।ତେବେ ପଶ୍ଚିମ ଜିଲ୍ଲାର ଏସପି ରମେଶ ଯାଦବ କହିଛନ୍ତି, ପଚରାଉଚରା ସମୟରେ କାୟମ ସବୁ ସତ ମାନିଥିଲା । ପ୍ରଥମେ ନାବାଳିକା ପତ୍ନୀକୁ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ୨ଟି ବ୍ୟାଗରେ ଅଲଗା ଅଲଗା ସ୍ଥାନରେ ଜଙ୍ଗଲରେ ରଖିଥିଲା । ପୋଲିସ ଜଙ୍ଗଲରୁ ଦୁଇଟି ବ୍ୟାଗ୍ ପାଇଥିଲା । ଗୋଟେ ବ୍ୟାଗରେ ମୁଣ୍ଡ ରହିଥିବା ବେଳେ ଅନ୍ୟ ଏକ ବ୍ୟାଗରେ ମୃତଦେହ ମିଳିଥିଲା ବୋଲି ପୋଲିସ କହିଛି ।ନାବାଳିକା ପତ୍ନୀକୁ ମାରି ଖଣ୍ଡ ଖଣ୍ଡ କାଟିଥିଲା ସ୍ୱାମୀ । ପରେ ଗୋଟେ ବ୍ୟାଗରେ ମୁଣ୍ଡ ଆଉ ଗୋଟେରେ ଗଣ୍ଡିକୁ ଭର୍ତ୍ତି କରି ଜଙ୍ଗଲରେ ଫିଙ୍ଗିଦେଇଥିଲା ଅଭିଯୁକ୍ତ । ପୋଲିସ ଗିରଫ କରି ପଚାରିବା ପରେ ଓଗାଳିଲା ସବୁ ସତ ।
ନାବାଳିକା ପତ୍ନୀକୁ କାଟି ଜଙ୍ଗଲରେ ଫିଙ୍ଗିଲା ନୃଶଂସ ସ୍ୱାମୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











