The Ultimate Managed Hosting Platform
ADVERTISEMENT

ନାଟମଣ୍ଡପ, ଜଗମୋହନ ଫାଟର କରୁଛନ୍ତି ଅନୁଧ୍ୟାନ

Facebook
Twitter
LinkedIn

 ଶ୍ରୀମନ୍ଦିର ନାଟମଣ୍ଡପ ବିମର ଫାଟ ଓ ଜଗମୋହନ ଉପରପାଶ୍ୱର୍ର ମରାମତି ହେବ । ଏହାର ଅନୁଧ୍ୟାନ କରିବେ ଏଏସଆଇ ବା ପ୍ରତ୍ନତାତ୍ୱିକ ବିଭାଗର ବୈଷୟିକ ଟିମ୍ । ସେଥିପାଇଁ ୪ ଜଣରୁ ଅଧିକ ବିଶେଷଜ୍ଞଙ୍କୁ ନେଇ ଏଏସଆଇର ଏକ ଟିମ ପୁରୀରେ ପହଁଛିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରତ୍ନତାତ୍ୱିକ ବିଭାଗ ପକ୍ଷରୁ ଶୀଘ୍ର ମରାମତି ଆରମ୍ଭ ହେବାକୁ ଯାଉଛି ।

ଏହା ପୂର୍ବରୁ ନାଟମଣ୍ଡପ ବିମ ଫାଟର ଅନୁଧ୍ୟାନ କରିବା ପାଇଁ ଆଜି ଏଏସଆଇ ଟିମ ପୁରୀ ଆସୁଛନ୍ତି । ପୂର୍ବାହ୍ନ ପୁରୀ ପହଞ୍ଚି ଏଏସଆଇ ଟିମ ନାଟମଣ୍ଡପ ଓ ଜଗମୋହନର ଅନୁଧ୍ୟାନ କରିବା ସହ ମରାମତି ପାଇଁ ଅବଶ୍ୟକ ପରାମର୍ଶ ଦେବେ । ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ଫାଟ ଦେଖାଦେବା ପରେ ୨୦୧୮ ମସିହାରୁ କ୍ରାକମିଟର ଜରିଆରେ ଏହାର ସ୍ଥିତି ଅନୁଧ୍ୟାନ କରାଯାଉଛି । ବିମର ଫାଟ ବାହାରୁ ସ୍ପଷ୍ଟ ଦେଖାଯାଉନାହିଁ । ତେଣୁ ଏହି ଫାଟର ଆକାର କେତେ ବଡ ଓ କେତେ ପରିମାଣରେ ଫାଟ ବଢୁଛି, କ୍ରାକ ମିଟର ଜରିଆରେ ଏହାର ଅନୁଧ୍ୟାନ କରାଯାଉଛି ।

ଏଏସଆଇର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଇଆଇଟି ଚେନ୍ନାଇ ଏହାର ଅନୁଧ୍ୟାନ କରୁଛି । କିନ୍ତୁ ୫ ବର୍ଷ ପରେ ମଧ୍ୟ ମରାମତି କାମ ଆରମ୍ଭ ହୋଇପାରୁନାହିଁ । ଏହାକୁ ନେଇ ଆମିକସ କ୍ୟୁରୀଙ୍କ ରିପୋର୍ଟ ଓ ହାଇକୋର୍ଟ ବିରକ୍ତ ପ୍ରକାଶ କରିବା ପରେ ଶୀଘ୍ର ମରାମତି ଆରମ୍ଭ କରିବାକୁ ଯାଉଛି, ଭାରତୀୟ ପ୍ରତ୍ନତତ୍ୱ ବିଭାଗ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଡିଜାଇନ

ଶ୍ରୀମନ୍ଦିରରେ ହିଡେନ କ୍ୟାମେରା ଘଟଣା ; ଆହୁରି କଡା ଚେକିଂ ହେବ -ଆଇନମନ୍ତ୍ରୀ

ପୁରୀ : ଶ୍ରୀମନ୍ଦିରରେ ହିଡେନ କ୍ୟାମେରା ଘଟଣାକୁ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା । ଏହାକୁ ଗମ୍ଭୀରତାର ସହ ବିଚାର କରୁଛୁ କହିଲେ ଆଇନମନ୍ତ୍ରୀ । ଏହା ଜାଣିବା...

Login