The Ultimate Managed Hosting Platform
ADVERTISEMENT

ନାଗ ଏମକେ-୨ ମିସାଇଲର ସଫଳ ପରୀକ୍ଷଣ

Facebook
Twitter
LinkedIn

ନୂଆଦିଲ୍ଲୀ : ସ୍ୱଦେଶୀ ଜ୍ଞାନ କୈାଶଳରେ ନିର୍ମିତ ତୃତୀୟ ଜେନେରେସନର ଆଣ୍ଟି ଟ୍ୟାଙ୍କ ଫାୟର –ଏଣ୍ଡ-ଫରଗେଟ୍ ଗାଇଡେଡ୍ ମିସାଇଲ ନାଗ ଏମକେ-୨ ସଫଳତାର ସହ ପରୀକ୍ଷଣ ହୋଇଛି । ଏହି ପରୀକ୍ଷା ସୋମବାର ରାଜସ୍ଥାନର ଜୈସଲମୈର ଜିଲ୍ଲାର ପୋଖରାନ୍ରେ ଫିଲ୍ଡ ଫାୟାରିଂ ରେଞ୍ଜରେ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପୋଖରାନ୍ରେ ଚାଲିଥିବା ପରୀକ୍ଷଣ ସମୟରେ ଫିଲ୍ଡ ଟ୍ରାଏଲ୍ରେ ଏହି ମିସାଇଲ୍ ସିଷ୍ଟମକୁ ମୋଟ୍ ତିନିଥର ପରୀକ୍ଷା କରାଯାଇଥିଲା । ଯେଉଁଥିରେ ଏହାର ସର୍ବାଧିକ ଏବଂ ସର୍ବନିମ୍ନ ରେଞ୍ଜ୍ରେ ଥିବା ଟାର୍ଗେଟକୁ ହିଟ କରିବାର ସାମର୍ଥ୍ୟକୁ ଚେକ କରାଯାଇଥିଲା । ତେବେ ଏହା ସମସ୍ତ ଲକ୍ଷ୍ୟକୁ ସଠିକ୍ ଭାବରେ ନଷ୍ଟ କରିଦେଇଥିବା ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହାସହିତ ନାଗ ମିସାଇଲ କ୍ୟାରିୟର ଭର୍ସନ-୨ର ମଧ୍ୟ ଫିଲ୍ଡ ପରୀକ୍ଷଣ କରାଯାଇଥିଲା । ନାଗ ଏମକେ-୨ ହେଉଛି ଭାରତୀୟ ସେନା ପାଇଁ ଏକ ଉନ୍ନତ ଆଣ୍ଟି-ଟ୍ୟାଙ୍କ୍ ଗାଇଡ୍ ମିସାଇଲ୍ ସିଷ୍ଟମ୍। ଏହା ଏକ ହାଲୁକା ମିସାଇଲ ଯାହା ସମସ୍ତ ପାଣିପାଗ ପରିସ୍ଥିତିରେ କାମ କରିବାକୁ ସକ୍ଷମ ହେବ। ଏହାର ଓଜନ ପ୍ରାୟ ୪୫ କିଲୋ ହୋଇଥିବାବେଳେ ଏହାର ଉଚ୍ଚତା ୬ ଫୁଟ ୧ ଇଞ୍ଚ ରହିଛି । ଏହି ମିସାଇଲ ପ୍ରତି ସେକେଣ୍ଡରେ ୨୩୦ ମିଟର ବେଗରେ ଏହାର ଲକ୍ଷ୍ୟକୁ ଆକ୍ରମଣ ଯେଉଁଥିରୁ ରକ୍ଷା ପାଇବା ଅତ୍ୟନ୍ତ କଷ୍ଟକର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login