ଅନୁଗୁଳ : ହାତୀ ମଣିଷର ଲଢେଇ ଭିତରେ କେତେବେଳେ ହାତୀର ଜୀବନ ଯାଉଛି ତ କେତେବେଳେ ମଣିଷର । ପୁଣି ଖାଦ୍ୟ ଅନ୍ୱେଷଣରେ ଘରେ ପଶି ଭାଙ୍ଗିଲା ଗ୍ରୀଲ । ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର ଖ ପଂଚାୟତ ନୂଆ ସାହି ଗାଁରେ ଉତ୍ପାତ ମଚାଇଛି ଗୋଟିକିଆ ଗୋଠଛଡ଼ା ଦନ୍ତା । ହାତୀ ଘଉଡ଼ାଇବା ପାଇଁ ବନବିଭାଗ ନାକେଦମ୍ । ବହୁ ଲୋକଙ୍କ ଘର ଗ୍ରିଲ ଭାଙ୍ଗିବା ସହ ଉତ୍ପାତ କରୁଛି । ଫଳରେ ଗାଁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ବନବିଭାଗ ହାତୀ ଘଉଡ଼ାଇବାକୁ ନାକେଦମ ହୋଇଛି ।
Views: 130











